ଓଡ଼ିଶା- ଛତିଶଗଡ଼ ସୀମାରେ ଦୁଇ ବନ୍ଧୁକ ଓ ୬ଟି ବୋମା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ପୁଲିସକୁ ମିଳିଛି ବଡ ସଫଳତା। ମାଓବାଦୀ ଗାତ ଖୋଳି ମାଓ ବିସ୍ଫୋରକ ସମେତ ଦୈନନ୍ଦିନ ସାମଗ୍ରୀ ଲୁଚାଇ ରଥିବା ଡମ୍ପକୁ ପୁଲିସ ଉଦ୍ଧାର କରିଛି। ବିଶେଷ ସୂତ୍ରରୁ ମାଲକାନଗିରି ପୁଲିସ ଖବର ପାଇବା ପରେ ଏସପି ନୀତିଶ ଵାଧଵାନିଙ୍କ ନିର୍ଦେଶକ୍ରମେ ଏକ ଟିମ ଓଡିଶା ଛତିଶଗଡ ସୀମାରେ ଥିବା ମାଥିଲି ବ୍ଲକର କର୍ତ୍ତନପାଲୀ ପଞ୍ଚାୟତର କଟଵାପଦର ଗ୍ରାମ୍ୟ ଜଂଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ତେବେ ସେହି ଜଂଗଲରେ ମାଓବାଦୀ ଏକ ଡମ୍ପ କରି ସେଥିରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ସମେତ ବିସ୍ଫୋରକ ଲୁଚାଇ ରଖିଥିଲେ। ଏଥିରେ ଦୁଇଟି ବନ୍ଧୁକ, ଲ୍ୟାଣ୍ଡମାଇନ, ବିଦ୍ୟୁତ ତାର, ଲ୍ୟାପଟପ, ଛତା, ପୁସ୍ତକ, ମୋବାଇଲ ଚାର୍ଜର, ଆଲୁମିନିୟମ ସାମଗ୍ରୀ ପ୍ରଭୁତି ରଖିଥିଲେ। ଏହି ଜଂଗଲଲେ ଦଣ୍ଡକାରଣ୍ୟ ଜୋନାଲ କମିଟିର ନକ୍ସଲ ବୁଲୁଥିବା ବେଳେ ଏହି ବିସ୍ଫୋରକଗୁଡିକ ଲୁଚାଇ ରଖିଥିଲେ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏତେ ପରିମାଣର ବିସ୍ଫୋରକ ଲୁଚାଇ ରଖିଥିବା କୁହାଯାଇଛି। ତେବେ ପୁଲିସ ଇନଫର୍ମର ଯୋଗୁଁ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଥିବା କୁହାଯାଇଛି। ଏହି ଅଂଚଳରେ ଏବେ ବି ଯବାନ ସର୍ଚ୍ଚ ଅପେରସନ କରୁଥିବା ପୁଲିସ କହିଛି। ଏବେ ବି ଛତିଶଗଡ ଏବଂ ଓଡିଶା ସୀମାରେ ମାଓବାଦୀ ସକ୍ରିୟ ରହିଥିବା ଏଥିରୁ ଅନୁମାନ କରାଯାଏ। ତେବେ ଏହା ଉଦ୍ଧାର ହେବା ପରେ ନକ୍ସଲଙ୍କର ବହୁ କ୍ଷତି ହୋଇଥିବା ପୁଲିସ କହିଛି।

ଉଲେ୍‌ଲଖଯୋଗ୍ୟ,  କିଛି ଦିନ ତଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସୁଡ୍ରା ଜଙ୍ଗଲରେ ଏସ୍‌ଓଜି ଓ ଡିଭିଏଫ୍‌ର ମିଳିତ କମ୍ବିଂ ଅପରେସନ୍ କରାଯାଇଥିଲା। ସମ୍ପୃକ୍ତ ଇଲାକାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ନେଇ  କନ୍ଧମାଳ ଏସ୍‌.ପି. ବିନୀତ ଅଗ୍ରୱାଲ ସୂଚନା ଦେଇଥିଲେ। ଚଢ଼ାଉ ବେଳେ ଶିବିରରୁ ମାଓ ପୋଷାକ, ବାସନକୁସନ, ଔଷଧ, କଣ୍ଟ୍ରାସେପ୍‌ଟିକ୍, କମ୍ବଳ, ବ୍ୟାଗ୍, ଖାଦ୍ୟ ସାମଗ୍ରୀ, ଏୟାରବ୍ୟାଗ୍, ବାଟୁଳି, ଛତା, ଜୋତା ଓ ହାତଘଣ୍ଟା ଆଦି ସମେତ ବିଭିନ୍ନ ଆନୁଷଙ୍ଗିକ ସାମଗ୍ରୀ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର