ବୁଲାଇ ନେବା ବାହାନାରେ ନାବାଳିକାଙ୍କୁ ତାଙ୍କ ସାଙ୍ଗ ସମେତ ୭ଜଣ କରିଥିଲେ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ରାଞ୍ଚିର ମାଣ୍ଡରରେ ୧୩ବର୍ଷର ଛାତ୍ରୀ ଗଣଦୁଷ୍କର୍ମ ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ପୀଡିତା ତାଙ୍କ ସାଙ୍ଗର କହିବା ଅନୁସାରେ ବୁଲିବାକୁ ଯାଇଥିଲେ। ଏହି ସମୟରେ ସାଙ୍ଗ ସହିତ ଅନ୍ୟ ୬ଜଣ ମିଶି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଚଢ଼ାଉ କରି ୪ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରି ନେଇଥିଲା। ସେହିପରି ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ଏବେ ବି ଫେରାର ରହିଛନ୍ତି। ପୁଲିସ ଖୁବ ଶୀଘ୍ର ଏହି ଦୁହିଁଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ନାବାଳିକାଙ୍କ ଗ୍ରାମରେ ତାଙ୍କର ଜଣେ ସାଙ୍ଗ ଥିଲେ। ଏହି ସାଙ୍ଗ ପୀଡ଼ିତାଙ୍କୁ ବୁଲାଇ ନେବାର ବାହାନା କରି ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ଯେଉଁଠାରେ ପୂର୍ବରୁ ଅନ୍ୟ ୬ଜଣ ମହଜୁଦ ଥିଲେ। ଅନ୍ୟ ପିଲାଙ୍କୁ ସେଠାରେ ଦେଖି ନାବାଳିକାଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ସେ ତାଙ୍କ ସାଙ୍ଗକୁ କହିଥିଲେ କି ଘରେ ପହଞ୍ଚାଇ ଦେବାକୁ। କିନ୍ତୁ ତାଙ୍କ ସାଙ୍ଗ କୌଣସି କଥା ଶୁଣି ନଥିଲ। ଏମିତି କି ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣକ ପରେ ଜଣେ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଆଉ ରାତିସାର ସେହି ଜଙ୍ଗଲରେ ଛାଡ଼ି ଦୁଷ୍କର୍ମକାରୀ ଫେରାର ହୋଇଯାଇଥିଲେ। ତା’ ପରଦିନ ସକାଳେ ପୀଡ଼ିତା ବହୁ କଷ୍ଟରେ ଘର ଯାଏଁ ପହଞ୍ଚି ନିଜ ପରିବାରଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକ ଥାନାରେ ପହଞ୍ଚି ଦୁଷ୍କର୍ମକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

 

ସମ୍ବନ୍ଧିତ ଖବର