୪୦୦ଟଙ୍କାର ଭୁଜିଆ ପ୍ୟାକେଟ ପାଇଁ ବ୍ୟବସାୟୀଙ୍କ ଆକାଉଣ୍ଟରୁ ଖାଲି ହୋଇଗଲା ୨.୨୫ଲକ୍ଷ ଟଙ୍କା

ମୁମ୍ବାଇ: ଅନଲାଇନରେ ଖାଦ୍ୟ ସାମଗ୍ରୀ ଅର୍ଡର କରିଥିବା ଜଣେ ୪୦ବର୍ଷୀୟ ବ୍ୟବସାୟୀ ଏକ ନକଲି ହେଲ୍ପଲାଇନ ନମ୍ବର ପାଇଁ ଠକାମିର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି | ୪୦୦ଟଙ୍କା ମୂଲ୍ୟର ଦୁଇଟି ଭୁଜିଆ ପ୍ୟାକେଟ ପାଇଁ ବ୍ୟବସାୟୀଙ୍କ ଆକାଉଣ୍ଟରୁ ୨.୨୫ ଲକ୍ଷ ଟଙ୍କା ଖାଲି ହୋଇଯାଇଥିବା ନେଇ ସୂଚନା ମିଳିଛି | ଏହି ଘଟଣାକୁ ନେଇ ଶନିବାର ପୁଲିସରେ ଅଭିଯୋଗ କରିଛନ୍ତି ପୀଡିତ।

ଅଭିଯୋଗ ମୁତାବକ ଏପ୍ରିଲ୍ ୨୨ରେ, ପୀଡିତ ଏକ ଅନଲାଇନ୍ ଗ୍ରୋସରୀ ୱେବସାଇଟରୁ ଘର ପାଇଁ ଗ୍ରୋସରୀ ଅର୍ଡର କରିଥିଲେ | ଅର୍ଡର ପରେ ଘରେ ଆସି ସମସ୍ତ ସାମଗ୍ରୀ ପହଞ୍ଚିଥିଲେ ମଧ୍ୟ ୪୦୦ଟଙ୍କା ମୂଲ୍ୟର ଦୁଇଟି ଭୁଜିଆ ପ୍ୟାକେଟ୍ ପହଞ୍ଚି ନଥିଲା | ବ୍ୟବସାୟୀ ମେ ୧ରେ ଗୁଗୁଲରେ ଥିବା ଗ୍ରୋସରୀ ୱେବସାଇଟର ହେଲ୍ପଲାଇନ ନମ୍ବର ଖୋଜି ସାଇବର ଠକେଇକାରୀଙ୍କ ଦ୍ୱାରା ଅପଲୋଡ୍ ହୋଇଥିବା ଏକ ନକଲି ହେଲ୍ପଲାଇନ ନମ୍ବର ପାଇଥିଲେ। ପାଇଥିବା ନମ୍ବରରେ ଫୋନ କରିବା ପରେ ଭୁଜିଆ ପ୍ୟାକେଟର ଟଙ୍କା ଫେରସ୍ତ ପାଇଁ ଅଭିଯୁକ୍ତ ବ୍ୟବସାୟୀଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ତାଙ୍କ ଏଟିଏମ୍ କାର୍ଡର ତିନି ଅଙ୍କ ବିଶିଷ୍ଟ ସିଭିଭି ଦେବାକୁ କହିଥିଲେ।

According to Borivali police, the complainant approached them on May 2 and lodged a FIR citing online fraud. (Image used for representation).
hindustantimes

ଏହା ପରେ ଅଭିଯୁକ୍ତ ତାଙ୍କୁ ମୋବାଇଲ୍ ଫୋନରେ ଏକ ଲିଙ୍କ୍ ପଠାଇ ଏହାକୁ ଅନ୍ୟ ମୋବାଇଲ୍ ନମ୍ବରକୁ ପଠାଇବାକୁ କହିଥିଲେ। ଏହା ପରେ ସେ ଅଭିଯୋଗକାରୀଙ୍କୁ ତାଙ୍କ ୟୁପିଆଇ ପିନ୍ ଏବଂ ଫୋନ୍କୁ ଆସିଥିବା ଓଟିପି ପଠାଇବାକୁ କହିଥିଲେ। ବ୍ୟବସାୟୀ ତାଙ୍କର ୟୁପିଆଇ ପିନ୍ ସହିତ ଓଟିପି ଦେବାର ଦୁଇ ଘଣ୍ଟା ମଧ୍ୟରେ ତାଙ୍କ ଆକାଉଣ୍ଟରୁ ମୋଟ ୨.୨୫ଲକ୍ଷ ଟଙ୍କା କଟିଯାଇଥିଲା। ଘଟଣା ପରେ ପୀଡିତ ବୋରିଭାଲୀ ପୁଲିସ ଷ୍ଟେସନରେ ଏ ନେଇ ଅଭିଯୋଗ କରିଛନ୍ତି |

ସମ୍ବନ୍ଧିତ ଖବର