ନଗ୍ନ ହୋଇ ଅଶ୍ଳୀଳ ଭିଡିଓ ଦେଖିବା ପରେ ବିମାନ କର୍ମଚାରୀଙ୍କୁ ଆଲିଙ୍ଗନ ଉଦ୍ୟମ କଲେ ଯାତ୍ରୀ

ମାଲେସିଆରୁ ଉଡ଼ାଣ ଭରୁଥିବା ଏକ ବିମାନରେ ଥିବା ଜଣେ ବଙ୍ଗଳାଦେଶୀ ଯାତ୍ରୀ ନଗ୍ନ ହୋଇ ବିମାନର ଜଣେ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କୁ ସୋମବାର ଢାକାଠାରେ ଗିରଫ କରାଯାଇଛି।

ସୂଚନାରୁ ଜାଣିବାକୁ ମିଳିଛି ଯେ ଶନିବାର ଦିନ କୁଆଲା ଲୁମ୍ପୁରରୁ ବିମାନଟି ଉଡ଼ିବା ପରେ ବିମାନ ମଧ୍ୟରେ ଥିବା ୨୦ ବର୍ଷିଅ ଜଣେ ଯୁବକ ହଠାତ ନିଜ ଦେହରୁ ପୋଷାକ କାଢ଼ି ଦେଇଥିଲେ। ପୋଷାକ କାଢ଼ିବା ସହ ନିଜ ଲ୍ୟାପ୍‌ଟପ୍‌ରେ ଅଶ୍ଳୀଳ ଭିଡିଓ ଲଗାଇ ଦେଖିବାକୁ ଲାଗିଲେ।

ଅଭିଯୁକ୍ତ ଯୁବକ ଜଣକ ମାଲେସିଆ ୟୁନିଭରସିଟିର ଛାତ୍ର। ପ୍ରଥମେ ସେ ଯେତେବେଳେ ପୋଷାକ ଖୋଲିଥିଲେ ବିମାନ କର୍ମଚାରୀଙ୍କ ଅନୁରୋଧ କ୍ରମେ ସେ ପୁଣି ଥରେ ପୋଷାକ ପିନ୍ଧି ଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ସେହି ବିମାନର ଜଣେ ମହିଳା କର୍ମଚାରୀଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟମ କରିଥିଲେ। ମହିଳା ଜଣକ ତାଙ୍କୁ ପ୍ରତିବାଦ କରିବାରୁ ସେ କ୍ରୋଧରେ ଆସି ତାଙ୍କୁ ଆକ୍ରମଣ କରିଥିଲେ।

ପରିସ୍ଥିତି ଆୟତ୍ତ ବାହାରକୁ ଯିବାକୁ ବିମାନ କ୍ରିୟୁ ମେମ୍ବରଙ୍କ ସହ କିଛି ଯାତ୍ରୀ ମିଶି କପଡ଼ାରେ ତାଙ୍କ ହାତ ବାନ୍ଧି ଦେଇଥିଲେ। ସେ ହଠାତ ଏପରି ଆଶ୍ଚର୍ଯ୍ୟଜନକ ବ୍ୟବହାର କାହିଁକି କଲେ ତାହା ପଛରେ କିଛି ସୂଚନା ମିଳିନାହିଁ। ତାଙ୍କର ଏପରି ଅସ୍ପୃହ୍ୟ ଆଚରଣ ହେତୁ ସେ ଢାକାଠାରେ ଓହ୍ଲାଇବା ପରେ ତାଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର