ମାତ୍ର ୪ ଦିନ ପାଇଁ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ ଏହିସବୁ ସ୍ମାର୍ଟଫୋନ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଥିବା ଉପଭୋକ୍ତାଙ୍କ ଲାଗି ଖୁସିଖବର । କାରଣ ଏବେ ଏନେଇ ଆମାଜନ୍‌ ପକ୍ଷରୁ ‘ସାମ୍‌ସଙ୍ଗ୍‌ କାର୍ନିଭାଲ୍‌’ ଅଫର୍‌ ଆରମ୍ଭ ହୋଇଛି । ୫ ମାର୍ଚ୍ଚ ୨୦୧୮ରୁ ୮ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ନିଭାଲ୍‌ରେ ସାମ୍‌ସଙ୍ଗ୍‌ କଂପାନିର ଟିଭି ଏବଂ ସ୍ମାର୍ଟଫୋନ୍‌ ସମେତ ଅନ୍ୟ କିଛି ପ୍ରଡ଼କ୍ଟ ଉପରେ ଉପଭୋକ୍ତାଙ୍କୁ ମିଳୁବ ଆକର୍ଷଣୀୟ ରିହାତି !

କେଉଁ ଫୋନରେ କେତେ ପରିମାଣର କ୍ୟାଶବ୍ୟାକ..

ପ୍ରଥମତଃ ସାମସଙ୍ଗ ଗାଲାକ୍ସି ଏ୮ ପ୍ଲସ୍‌ ସ୍ମାର୍ଟଫୋନ୍‌ କିଣିଲେ ଉପଭୋକ୍ତାଙ୍କୁ ୪ ହଜାର ଟଙ୍କାର କ୍ୟାଶ୍‌ବ୍ୟାକ୍‌ ଦିଆଯାଉଛି । ମାତ୍ର ୨୮ ହଜାର ୯୯୦ ଟଙ୍କା ଦେଇ ଉପଭୋକ୍ତା ଏବେ ଏହାକୁ କିଣିପାରୁଥିଲାବେଳେ ଏହି ଫୋନ୍‌ର ପ୍ରକୃତ ମୂଲ୍ୟ ୩୨ ହଜାର ୯୯୦ଟଙ୍କା ଅଟେ। ହେଲେ ଉପଭୋକ୍ତାଙ୍କୁ ଏହା ମଧ୍ୟ ଧ୍ୟାନ ରଖିବାକୁ ହେବ ଯେ,କଂପାନି ଏହାର କ୍ୟାଶ୍‌ବ୍ୟାକ୍‌ କେବଳ ‘ଆମାଜନ୍‌ ପେ’ ଉପରେ ହିଁ ଦେବ। ତେବେ ଆପଣଙ୍କ ସୂଚନାଲାଗି ଜଣାଉଅଛୁ କି ଗାଲାକ୍ସି ଏ୮ପ୍ଲସ୍‌ ହେଉଛି ସାମ୍‌ସଙ୍ଗ୍‌ର ପ୍ରଥମ ଫୋନ୍‌, ଯାହାର କି ଫ୍ରଣ୍ଟରେ ରହିଛି ଡ଼ୁଆଲ୍‌ କ୍ୟାମେରା ।

ସାମ୍‌ସଙ୍ଗ୍‌ ଅନ୭ ପ୍ରାଇମ : ଏହି ଫୋନ୍‌ର ଦୁଇ ଭାରିଆଣ୍ଟ ୩୨ଜିବି ଏବଂ ୬୪ ଜିବି ଉପରେ ଏବେ ଉପଭୋକ୍ତାଙ୍କୁ ୨ହଜାର ଟଙ୍କାର କ୍ୟାଶ୍‌ବ୍ୟାକ୍‌ ଦିଆଯାଉଛି।ହେଲେ ଏହି ଅଫର୍‌ ଶେଷ ହେଲାପରେ ଉପଭୋକ୍ତା ଏହାକୁ୧୨,୯୯୯(୬୪ଜିବି)ଟଙ୍କା ଏବଂ ୧୦,୯୯୯ (୩୨ଜିବି) ଟଙ୍କା ମୂଲ୍ୟରେ କିଣିପାରିବେ ।

ସାମ୍‌ସଙ୍ଗ୍‌ ଅନ୭ ପ୍ରୋ: ଏହି ଫୋନ୍‌ କିଣିଲେ ଉପଭୋକ୍ତାଙ୍କୁ ୨,୫୦୦ଟଙ୍କା କ୍ୟାଶ୍‌ବ୍ୟାକ୍‌ ଦିଆଯିବ। ଏଥିରେ ୧୩ ମେଗାପିକ୍ସଲ୍‌ ରିଅର୍‌ କ୍ୟାମେରା ସାଂଗକୁ ୫ ମେଗାପିକ୍ସଲ୍‌ ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି । ଏଥିସହିତ ସାମ୍‌ସଙ୍ଗ୍‌ ଅନ୭-ପ୍ରୋ ରେ ୨ଜିବି ର‍୍ୟାମ୍‌ ଏବଂ ୧୬ ଜିବି ଇଣ୍ଟରନାଲ୍‌ ଷ୍ଟୋରେଜ୍‌ ବି ଅଛି ।

ଗାଲାକ୍ସି ନୋଟ୮ : ଏହାସହିତ ଗାଲାକ୍ସି ନୋଟ୮ ଫୋନ୍‌ କୁ କିଣିବାରେ ମଧ୍ୟ କଂପାନି ପକ୍ଷରୁ ଉପଭୋକ୍ତାଙ୍କୁ ୮୦୦୦ ଟଙ୍କାର କ୍ୟାଶ୍‌ବ୍ୟାକ୍‌ ଦିଆଯାଉଛି। ଯାହାର କି ପ୍ରକୃତ ମୂଲ୍ୟ ୬୭,୯୦୦ଟଙ୍କା ଅଟେ। ଗତବର୍ଷ ସେପ୍ଟେମ୍ବରରେ ଲଞ୍ଚ୍‌ ହୋଇଥିବା ଏହି ଫୋନ୍‌ରେ ୬୪ ଜିବି ର‍୍ୟାମ୍‌ ଏବଂ ୬୪ ଜିବି ଷ୍ଟୋରେଜ୍‌ ମଧ୍ୟ ରହିଛି ।

ସମ୍ବନ୍ଧିତ ଖବର