ବ୍ରହ୍ମପୁର: ଡକାୟତି ଉଦ୍ୟମକୁ ପଣ୍ଡ କଲା ପୁଲିସ, ୪ ଡକାୟତ ଗିରଫ

ଗଞ୍ଜାମ: ଗତକାଲି ରାତିରେ ବି.ଏନ୍‌ ପୁର ପୁଲିସ ଡକାୟତି ଉଦ୍ୟମ କରିବା ପାଇଁ ଯୋଜନା କରୁଥିବା ବେଳେ ୪ଜଣ ଡକାୟତକୁ ଗିରଫ କରି ଶୁକ୍ରାବର କୋର୍ଟ ଚାଲଣ କରିଛି। ଗଞ୍ଜାମ ଜିଲ୍ଲାର ଏହି ୪ ଡକାୟତଙ୍କ ନାମ ଦିପକ କୁମାର ଦାସ, ପିଣ୍ଟୁ ବେହେରା, ଶିକାନ୍ତ କାନ୍ଦୁଆଲ ଓ ଜଗବନ୍ଧୁ ମଲ୍ଲା। ଏହି ସମସ୍ତଙ୍କ ଘର ଅସ୍କାରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦିପକ କୁମାର ଦାସ, ପିଣ୍ଟୁ ବେହେରା, ଶିକାନ୍ତ କାନ୍ଦୁଆଲ ଓ ଜଗବନ୍ଧୁ ମଲ୍ଲା ଗଣେଶ ବିହାରସ୍ଥିତ ଚାଉଳ ମିଲ୍‌ ପଛ ପାର୍ଶ୍ୱରେ ଥିବା ଏକ ଅଧା ନିର୍ମିତ ଘରେ ଡକାୟତି ଯୋଜନା ପାଇଁ ଷଡଯନ୍ତ୍ର କରୁଥିଲେ। ତେବେ ଏହି ଡକାୟତି ଯୋଜନା ସମ୍ପର୍କରେ ବି.ଏନ୍‌ ପୁର ପୁଲିସ କୌଣସି ସୂତ୍ରରୁ ଖବର ପାଇବା ପରେ ୪ଜଣ ଡକାୟତଙ୍କ ଉପରେ ଚଢ଼ାଉ କରିଥିଲା। ଚଢ଼ଉ ସମୟରେ ୪ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଦୁଇଟି ବଡ଼ ଖଣ୍ଡା, ଲୁହା ଛଡ଼,ଟର୍ଚ୍ଚ ଲାଇଟ୍‌ , ମୋଟରସାଇକେଲ ଓ ଗୋଟିଏ ହାତ ତିଆରି ବୋମା ଜବତ କରାଯାଇଛି। ଏହି ବୋମା ଦେଖି ପୁଲିସ ସନ୍ଦେହ କରୁଛି କି ବୋଧ ହୁଏ ଏହି ଡକାୟତମାନେ ଡକାୟତି ସମୟରେ ବିସ୍ଫୋରଣ କରିବାର ଯୋଜନା ବି ରଖିଥିଲେ।

ସମ୍ବନ୍ଧିତ ଖବର