ଗ୍ରାମରକ୍ଷୀ ଓ ୩ ଗ୍ରାମବାସୀଙ୍କୁ ଅପହରଣ କଲେ ମାଓବାଦୀ: ରାତି ଅଧରେ ଘରୁ ଡାକି ନେଇ ଅଟକ ରଖିଲେ

ଭବାନୀପାଟଣା: ପୁଣି ମାତିଲେ ମାଓବାଦୀ। ଗତକାଲି ରାତିରେ କଳାହାଣ୍ଡି ଜିଲ୍ଲାର ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ ଲାଖପଦର ଗାଁରୁ ଜଣେ ଗ୍ରାମରକ୍ଷୀ ଓ ୩ ଗ୍ରାମବାସୀଙ୍କୁ ମାଓବାଦୀଙ୍କ ଅପହରଣ ନେଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତକାଲି ରାତିରେ ତ୍ରିଲୋଚନପୁର ପଞ୍ଚାୟତ ଲାଖପଦର ଗାଁକୁ ୧୦ରୁ ୧୨ଜଣ ମାଓବାଦୀ ଆସିଥିଲେ। ଘରେ ଶୋଇଥିବା ସମୟରେ ଗ୍ରାମରକ୍ଷୀ କ୍ଷେତ୍ର ହରିଜନ ଓ ତିନି ଜଣ ଗ୍ରାମବାସୀ ବିଶିକେସନ୍‌ ନାୟକ, ରାଜୁ ନାଏକ ଓ ସୁନା ହରିଜନଙ୍କୁ ମାଓବାଦୀମାନେ ଡାକି ନେଇଥିଲେ। କିଛି ସମୟରେ ପରେ ସେମାନେ ଆଉ ଘରକୁ ଫେରି ନଥିଲେ। ତେବେ ମାଓବାଦୀମାନେ ଜଣେ ଗ୍ରାମରକ୍ଷୀ ଓ ଗ୍ରାମବାସୀଙ୍କୁ ଅପହରଣ କରି ନେଇଥିବା ନେଇ ଦକ୍ଷିଣାଞ୍ଚଳ ଡିଆଇଜି ଏସ୍‌.ସାଇନି ସୂଚନା ଦେଇଛନ୍ତି।

କେଉଁ କାରଣରୁ ମାଓବାଦୀମାନେ ଏହି ଜଣଙ୍କୁ ଅପହରଣ କରିନେଇଛନ୍ତି ସେ ନେଇ ସବିଶେଷ ସୂଚନା ମିଳିନାହିଁ। ଏ ନେଇ ମାଓବାଦୀଙ୍କ ପକ୍ଷରୁ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ।

ସମ୍ବନ୍ଧିତ ଖବର