୫-ଟିରେ ଅଭିଯୋଗ ପରେ କୁଣ୍ଢେଇଗୋଳା ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ନିଲମ୍ବିତ

ଦେବଗଡ଼/ରିଆମାଳ: ଜମିଜମା ଗଣ୍ଡଗୋଳ ମାମଲାରେ ଅଭିଯୋଗକାରିଣୀଙ୍କଠାରୁ ଅର୍ଥ ଦାବି କରି କୁଣ୍ଢେଇଗୋଳା ଥାନାରେ କାର୍ଯ୍ୟରତ ଏଏସଆଇ ପରମାନନ୍ଦ ନାଏକ ନିଲମ୍ବିତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମର ରୀନା ବେହେରା ନାମକ ଜଣେ ମହିଳା ଗତ ୯ ତାରିଖ ଦିନ ଏକ ଜମିଜମା ଗଣ୍ଡଗୋଳ ସଂକ୍ରାନ୍ତ ଅଭିଯୋଗ ପାଇଁ କୁଣ୍ଢେଇଗୋଳା ଥାନାକୁ ଯାଇଥିଲେ। ଏଏସଆଇ ଶ୍ରୀ ନାଏକ ତାଙ୍କୁ ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ମହିଳା ଜଣଙ୍କ ୫-ଟିରେ ଅଭିଯୋଗ କରିଥିଲେ। ଗୁରୁବାର ଦେବଗଡ଼ ଏସପି ମନୋଜ କୁମାର ମାହାନ୍ତ ଏଏସଆଇ ଶ୍ରୀ ନାୟକଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର