ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା : ଅବସରପ୍ରାପ୍ତ ଏସଆଇଙ୍କୁ ୨ବର୍ଷ ଜେଲ୍‌

ଆୟ ବର୍ହିଭୂତ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦେଶ, ମାମଲା ବିଚାର ପାଇଁ ଲାଗିଗଲା ୨୦ ବର୍ଷ

ବାଲେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ବାଲେଶ୍ୱର ଭିଜିଲାନ୍ସ କୋର୍ଟ ବାଲିଆପାଳ ଥାନାର ପୂର୍ବତନ ଏସଆଇ ଦାମୋଦର ମହାପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାର ବିଚାର କରି ଭିଜିଲାନ୍ସ ଜଜ୍‌ ରମାନାଥ ପଣ୍ଡା ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ ସହ ପ୍ରମାଣ ହୋଇଥିବା ୨ ଲକ୍ଷ ୩୧ ହଜାର ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତିକୁ ବାଜ୍ୟାପ୍ତି କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା ତାଙ୍କୁ ୨୦ ହଜାର ଟଙ୍କା ଜରିମାନା ପାଇଁ ବି ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ କ୍ଷେତ୍ରରେ ଅଧିକ ୩ ମାସ ଜେଲ୍‌ଦଣ୍ଡ ନିର୍ଦେଶ ଦେଇଛନ୍ତି। ଦୀର୍ଘ ୨୦ ବର୍ଷ ଧରି ଏହି ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି।

ମାମଲା ଅନୁଯାୟୀ, ୨୦ ଅକ୍ଟୋବର ୧୯୯୭ରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ପୂର୍ବତନ ଏସଆଇ ଶ୍ରୀ ମହାପାତ୍ରଙ୍କ ନାଁରେ ଭିଜିଲାନ୍ସ ବିଭାଗ ପକ୍ଷରୁ ୩୦/୯୭ରେ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ବାଲେଶ୍ୱର ଭିଜିଲାନ୍ସ କୋର୍ଟରେ ୩୧୧/୨୦୦୭ରେ କେସ୍‌ ରୁଜୁ ହୋଇଥଇଲା। ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ସେକ୍‌ ହାଜିରୁଦ୍ଦିନ ଏହି ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର