ଗାଡ଼ିରୁ କାଚ ପଡ଼ି ୨ ଆହତ, ଜଣେ ଗୁରୁତର

ପାଇକମାଳ: ପାଇକମାଳ ବ୍ଲକ୍‌ ଇକୋ ବ୍ୟାଙ୍କ ନିକଟରେ ଥିବା କାଚ ଦୋକାନରେ ବୁଧବାର ଏକ ପିକ୍‌ଅପ୍‌ ଗାଡ଼ିରୁ କାଚ ଓହ୍ଲା ଚାଲିଥିବା ବେଳେ ତାହା ପଡ଼ି ଦୁଇ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସୂଚନାନୁସାରେ ରାଜେଶ ପ୍ରଧାନ ନିଜ କାଚ ଦୋକାନ ପାଇଁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ କାଚ ଆଣିଥିଲେ। ତେବେ ଦୋକାନ ବାହାରେ ତାହା ଓହ୍ଲାଉଥିବା ବେଳେ ନିୟୋଜିତ ରାଜେଶ ପ୍ରଧାନ (୨୪) ଓ ଚୂଡ଼ାମଣି ବରିହା (୩୬)ଙ୍କ ଉପରେ ଏକ କାଜ ବଣ୍ଡଲ୍‌ ଲଦି ହୋଇ ଯାଇଥିଲା। ଫଳରେ ଉଭୟେ ତା’ ତଳେ ଚାପି ହୋଇ ଯାଇଥିଲେ। ତେବେ ଚୂଡ଼ାମଣି ବହୁ କଷ୍ଟରେ ତଳୁ ବାହାରି ଆସିଥିବା ବେଳେ ରାଜେଶଙ୍କୁ ସ୍ଥାନୀୟ ଲୋକେ କାଚ ଭାଙ୍ଗି ବାହାର କରିଥିଲେ। ପାଇକମାଳ ଦମକଳ ବାହାନୀ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ମାତ୍ର ରାଜେଶଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ପଦ୍ମପୁର ଡାକ୍ତରଖାନା ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ତେଣେ ପୁଅକୁ ରକ୍ତାକ୍ତ ଅବସ୍ଥାରେ ଦେଖି ରାଜେଶଙ୍କ ମା’ ମଧ୍ୟ ଚେତାଶୂନ ହୋଇ ପଡ଼ିଥିଲେ। ତାଙ୍କୁ ଚିକିତ୍ସା ପରେ ଛାଡ଼ିି ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର