ପୁଣି ଏକ ଅଟୋକୁ ୨୭,୫୦୦ ଓ ଟାଟା ଏସ୍ ଗାଡିକୁ ୩୮,୫୦୦ ଟଙ୍କା ଜରିମାନା

ଭଦ୍ରକ: ନୂତନ ଯାନବାହନ ଆଇନ ଅନୁସାରେ କିଛି ଦିନ ପୂର୍ବରୁ ଭୁବନେଶ୍ୱରର ଆଚାର୍ଯ୍ୟବିହାରରେ ଗାଡ଼ି ଯାଞ୍ଚ ସମୟରେ ଜଣେ ଅଟୋ ଚାଳକଙ୍କ ଉପରେ ୪୭ ହଜାର ୫୦୦ ଟଙ୍କା ଜରିମାନା ହୋଇଥିଲା। ତେବେ ସରକାରଙ୍କ ନୂଆ ମଟରଯାନ ନିୟମ ଲାଗୁ ହେବା ପରେ ଭଦ୍ରକରେ ବି ପୁଲିସ ଓ ପରିବହନ ବିଭାଗ ଏହାକୁ କଡାକଡ଼ି ପାଳନ କରୁଛି। ଆଜି ଭଦ୍ରକ ଚରମ୍ପା ନିକଟରେ ଏକ ଟାଟା ଏସ ଗାଡିକୁ ଯାଞ୍ଚ କରି ପରିବହନ ବିଭାଗ ଅଧିକାରୀ ୩୮,୫୦୦ ଟଙ୍କା ଜରିମାନା କରିଥିଲେ।

ସାଙ୍କେତିକ ଫଟୋ

ମିଳିଥିବା ସୂଚନା ଅନୁସାରେ ଓଡ଼ି -୦୧ବି-୯୬୮୧ ଟାଟା ଏସ୍ ଗାଡ଼ିଟି ରାଣୀତାଲରୁ ଭଦ୍ରକ ଆସୁଥିବା ସମୟରେ ଚରମ୍ପା ନିକଟରେ ଆରଟିଓ କର୍ମଚାରୀଙ୍କ ହାତରେ ଧରାପଡ଼ି ଥିଲା। ଗାଡିର କାଗଜ ପତ୍ର ଯାଞ୍ଚ ବେଳେ ଗାଡ଼ିଟିର ଇନ୍‌ସୁରାନ୍‌ସ, ପରମିଟ, ଫିଟନେସ ଓ ଡ୍ରାଇଭରଙ୍କ ଡିଏଲ୍ ନଥିବା ଅଭିଯୋଗରେ ଏହି ଜରିମାନା ଆଦାୟ ହୋଇଛି । ଆରଟିଓ ଜରିମାନା କାଟିଥିବା ବେଳେ ଗାଡି ଚାଳକ ଅର୍ଜୁନ ବାରିକ ୩୮ହଜାର ୫୦୦ ଟଙ୍କା ପଇଠ କରିଛନ୍ତି, ଯାହା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ଭଦ୍ରକ ଆଞ୍ଚଳିକ ପରିହନ ବିଭାଗ ଦ୍ୱାରା ଦୁଇଟି ଛୋଟ ଗାଡିକୁ ବଡ ଫାଇନ ହୋଇଛି। ଗୋଟିଏ ଟାଟା ମ୍ୟାଜିକ ଗାଡିକୁ ୩୮,୫୦୦ ଓ ଗୋଟିଏ ଛୋଟ ଅଟୋକୁ ୨୭,୦୦ ଟଙ୍କା ଫାଇନ ହୋଇଛି, ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି। ୨୭,୦୦ ଟଙ୍କା ଜରିମାନା ହୋଇଥିବା ଅଟୋ ଚାଳକଙ୍କ ନାମ ଧନେଶ୍ୱର ସାହୁ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର