ଭକ୍ତ ଦାସ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ: ବିଜୟ ପଟ୍ଟନାୟକ ନିର୍ବାଚନ ସମନ୍ବୟ କମିଟି ଅଧ୍ୟକ୍ଷ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ସମସ୍ତଙ୍କୁ ଚମକାଇଦେବା ଭଳି ଗୋଟିଏ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହି କ୍ରମରେ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସର ଶୀର୍ଷ ନେତୃତ୍ବ ନିର୍ବାଚନ ସମନ୍ବୟ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ବ ଦେଇଛନ୍ତି। ଆଜି ଏଆଇସିସି ପକ୍ଷରୁ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି। ଗତ ବର୍ଷ ଏପ୍ରିଲ୍‌ ମାସରେ ଶ୍ରୀ ପଟ୍ଟନାୟକଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ନିର୍ବାଚନ ମୁଣ୍ଡ ଉପରେ ଥିଲା ବେଳେ ପ୍ରଚାର କମିଟିର ଅଧ୍ୟକ୍ଷଙ୍କୁ ବଦଳାଇଦିଆଯିବା ଘଟଣା କଂଗ୍ରେସ ମହଲରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଏମିତି କଣ ଘଟିଲା ଯେ ନିର୍ବାଚନ ପୂର୍ବରୁ ଶୀର୍ଷ ନେତୃତ୍ବ ଏଭଳି ଗୋଟିଏ କଠୋର ନିଷ୍ପତ୍ତି ନେଲେ, ତାହା କେହି ଠଉରାଇ ପାରୁନାହାନ୍ତି।

ସମ୍ବନ୍ଧିତ ଖବର