ଅଜଣା ଗାଡ଼ି ଧକ୍କାରେ ସାଇକଲ୍‌ ଆରୋହୀ ମୃତ

ଦେବଗଡ଼: ୪୯ନଂ ଜାତୀୟ ରାଜପଥର ଦେବଗଡ଼ ଥାନା ଅନ୍ତର୍ଗତ ଭୁକାବେଡା ଗ୍ରାମ ନିକଟରେ ବୁଧବାର ଅପରାହ୍‌ଣରେ ଅଜଣା ଗାଡ଼ି ଧକ୍କାରେ ଜଣେ ସାଇକଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭୁକାବେଡା ଗ୍ରାମର ନନ୍ଦଲାଲ ମାଝୀ (୩୮)। ଶ୍ରୀ ମାଝୀ ଅପରାହ୍‌ଣରେ ସାଇକଲ୍‌ରେ ଘରକୁ ଆସୁଥିବା ବେଳେ ଜାତୀୟ ରାଜପଥର ଭୁକାବେଡା ଗ୍ରାମ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଗାଡ଼ିଟି ଫେରାର ହୋଇ ଯାଇଥିଲା। ଖବରପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର