ଗଛରେ ପିଟିହେଲା ବାଇକ, ଚାଳକ ମୃତ

ପୁରୁଣା କଟକ: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା କରୋଡାକୋଠାଠାରେ ବାଇକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ ଆଜି ସକାଳୁ ଏକ ବାଇକ( ଓଡ଼ି୨୫ ଇ ୦୮୫୪) ଚାଳକ ଚାରିଛକ ପଟରୁ ମାଧପୁର ପଟକୁ ଯାଉଥିବା ସମୟରେ କରୋଡାକୋଠାଠାରେ ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇଥିଲେ ।

ଘଟଣା ସ୍ଥଳରେ ଯୁବକର ମୃତ୍ୟୁ ହୋଇଯାଇଛି । ଖବର ପାଇ ପୁରୁଣାକଟକ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ମୃତକର ପରିଚୟ ମିଳିପାରିନାହିଁ ।

ସମ୍ବନ୍ଧିତ ଖବର