ସ୍ୱାଭିମାନ ଅଂଚଳରେ ବିଏସ୍‌ଏଫ୍‌ ଡିଜି 

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଂଚଳରେ ମାଓ ଦମନ କ୍ଷେତ୍ରରେ  ବିଏସ.ଏଫ୍‌ ଯବାନକୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା । ବିଏସଏଫ ଓ ଯବାନର ମିଳିତ ସହଯୋଗରେ ଗୋଟିଏ ପରେ ଗୋଟିଏ ମାଓ ଅଂଚଳ ଦଖଲ ହେବା ସହ ଗଢି ଚାଲିଛି ବିଏସଏଫ୍‌ କ୍ୟାମ୍ପ। ସ୍ୱାଭିମାନ ଅଂଚଳରେ ଚାଲିଥିବା ମାଓ ଦମନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବିଏସଏଫ। ଆଜି ବିଏସଫ ଡି, ଜି  ରାକେଶ ଅସ୍ଥାନା, ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସ୍ୱାଭିମାନ ଅଂଚଳର ଗୋରାସେତୁ ଠାରେ ପହଞ୍ଚି ଥିଲେ।ସେଠାରେ  ସେ କିଛି ଗ୍ରାମବାସୀଙ୍କ ସହ ମିଶିବା ସହ ଗ୍ରାମବାସୀଙ୍କୁ କମ୍ବଳ, ଲୁଗା,ବଣ୍ଟନ କରିଥିଲେ। କୌଣସି ବିଏସଏଫ ଡିଜିଙ୍କର ସ୍ୱଭିମାନ ଅଂଚଳକୁ ଏହା ପ୍ରଥମ ଗ୍ରସ୍ତ।
ଏହି ଗ୍ରସ୍ତ ସମୟରେ ଓଡିଶା ପୁଲିସ ଆଇଜି ଅମିତାଭ ଠାକୁର ବିଏସଏଫ ଆଇଜି ମାଲକାନଗିରି ଏସପି  ହୃଷୀକେଶ ଖିଲାରୀ ଉପସ୍ଥିତ ଥିଲେ ।ମାଲକାନଗିରି ପହଂଚି ଏମଭି-୩ ସ୍ଥିତ ବିଏସଏଫ କ୍ୟାମ୍ପରେ ମାଓ ଦମନ ନେଇ ଆଲୋଚନା କରାଯାଇଥିଲା। ମାଲକାନଗିରି ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳରେ ବିଏସେଏଫ କ୍ୟାମ୍ପ ରହିଥିବାରୁ ନକ୍ସଲ ଜିଲ୍ଲାରେ କୌଣସି ଅଘଟଣ ଘଟାଇବାକୁ ସାହସ କରିପାରୁନାହାନ୍ତି। ଡିଜିଙ୍କ ଗସ୍ତ ଯବନଙ୍କ ମନବଳକୁ ବଢ଼ାଇବ ବୋଲି କୁହାଯାଇଛି।
ସମ୍ବନ୍ଧିତ ଖବର