ପିକଅପ ଭ୍ୟାନ ସହ ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ଜବତ

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ଚୋରା ଚାଲାଣ ହେଉଥିବା ସାଗୁଆନ କାଠ ବୋଝେଇ ପିକଅପ ଭ୍ୟାନକୁ ବନ ବିଭାଗ ଜବତ କରିଛି। ଜବତ ହୋଇଥିବା ସାଗୁଆନ କାଠର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କରତପଟା ପାର୍ଶ୍ଵରୁ ବନ୍ତଳା ଅଭିମୁଖେ ଏକ ଚୋରା କାଠ ବୋଝେଇ ପିକଅପ ଭ୍ୟାନ (ଓଆର-୦୨-ଏକିଉ-୯୮୪୪)ଆସୁଥିବା ବନ ବିଭାଗ ଖବର ପାଇଥିଲା। ଫଳରେ ପୋକତୁଙ୍ଗା ଗ୍ରାମ ନିକଟରେ ବନ ବିଭାଗର କର୍ମଚାରୀ ମାନେ ଜଗି ରହିଥିଲେ।

ପିକଅପ ଭ୍ୟାନଟି ବନ କର୍ମଚାରୀମାନଙ୍କୁ ଦେଖି ପୋକତୁଙ୍ଗା ଗ୍ରାମ ଭିତରକୁ ପଳାଇଯାଇଥିଲା ଓ ସେଠାରେ ଗାଡି ଛାଡି ଗାଡି ଚାଳକ ଫେରାର ହୋଇଯାଇଥିଲା। ବନ ବିଭାଗ ପୋକତୁଙ୍ଗା ଗ୍ରାମରୁ ଏହି ପିକଅପ ଭ୍ୟାନ ଜବତ କରିଥିଲା। ସେଥିରେ ଥିବା ୧୫ଟି ସାଗୁଆନ ଗଣ୍ଡି(୩୭.୮ସିଫ୍ଟ)ମଧ୍ୟ ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଚଢ଼ାଉ ବେଳେ ବନ୍ତଳା ବନାଞ୍ଚଳ ଅଧିକାରୀ ମାଧବ ନାୟକ, ଫରେଷ୍ଟର ଅରୁଣ ପ୍ରଧାନ, କୁଶଧ୍ୱଜ ନାୟକ, ଫରେଷ୍ଟ ଗାର୍ଡ ବଶିଷ୍ଠ ଦେହୁରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର