ଟ୍ରେନ୍‌ରୁ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ବଲାଙ୍ଗୀର: ବିଳାସପୁରରୁ ରାୟପୁର ଯାଉଥିବା ପାସେଞ୍ଜର ଟ୍ରେନ୍‌ରୁ ଗୁରୁବାର ଗଞ୍ଜେଇ ଜବତ ହୋଇଛି। ହେଲେ ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗୁରୁବାର ଏହି ଟ୍ରେନ୍‌ ବଲାଙ୍ଗୀର ରେଳ ଷ୍ଟେସନରେ ପହଞ୍ଚିଥିଲା।

ଟ୍ରେନ୍‌ ଅଟକିଥିବା ସମୟରେ ହଠାତ୍‌ ଜଣେ ଲୋକ ଆସି କୋଚ୍‌ତଳେ ଥିବା ବ୍ୟାଟେରି ବକ୍ସରେ କିଛି ଜିନିଷ ରଖି ବଗି ଭିତରକୁ ଚାଲିଯାଇଥିଲା। ଲୋକେ ପାଇଲଟ୍‌ ଓ ରେଲୱେ କର୍ମଚାରୀ ଏହା ଦେଖିବା ପରେ, ସଂଗେ ସଂଗେ ବ୍ୟାଟେରି ବକ୍ସ ନିକଟକୁ ଯାଇ ଚାରୋଟି ପ୍ୟାକେଟ ବାହାର କରିଥିଲେ। ସେହି ୪ଟି ପ୍ୟାକେଟରେ ଗଂଜେଇ ଥିବା ଜଣାପଡ଼ିଛି। ଗଂଜେଇ ପ୍ୟାକେଟଗୁଡ଼ିକୁ ଆର୍‌ପିଏଫ୍‌ ଜବତ କରି ତଦନ୍ତ ଜାରିରଖିଛି।

ସମ୍ବନ୍ଧିତ ଖବର