ମାଥିଲି ଅଞ୍ଚଳରେ କଲେଜ ଛାତ୍ରଙ୍କ ଆତ୍ମହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଠାରେ ଜଣେ କଲେଜ ଛାତ୍ର ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ମାଥିଲି ଗ୍ରାମର ପଦ୍ମନାଭ ବେହେରାଙ୍କ ପୁଅ ବିଜୟ ବେହେରା (୧୭) ନିକଟସ୍ଥ ଏକ ବରଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ବିଜୟ ଗୋବିନ୍ଦପାଲୀ କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ପଢୁଥିଲେ।ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ କହଳରୁ ହୁଏତ ବିଜୟ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଏ। ତେବେ ପୁଲିସ କହିବା ଅନୁଯାୟୀ ବିଜୟ ସବୁବେଳେ ମୋବାଇଲରେ ଗେମ ଖେଲୁଥିଲେ।

ଏହାକୁ ନେଇ ପରିବାରରେ ଝଗଡା ଲାଗି ରହୁଥିଲା। ବିଜୟକୁ ଏଥିରୁ ନିବୃତ ରହିବା ସହ ପାଠରେ ଧ୍ୟାନ ଦେବା ପାଇଁ କୁହାଯାଉଥିଲା ବୋଲି ଜଣାପଡିଛି। ପୁଲିସ ଶବକୁ ଜବତ କରି ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ବିଜୟ ଜଣେ ମେଧାବୀ ଛାତ୍ର ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଭିଡ ଜମିଥିଲା। ବିଜୟଙ୍କ ସାଂଗସାଥୀ ଏବଂ ମାଥିଲି ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା।

ସମ୍ବନ୍ଧିତ ଖବର