ସୁବର୍ଣ୍ଣପୁର: ହୀରାକୁଦ କେନାଲ ପାଶ୍ୱର୍ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ କଉଡ଼ିଆମୁଣ୍ଡା ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଆଜି ସକାଳୁ ହୀରାକୁଦ କେନାଲ ବ୍ରିଜ ପାଶ୍ୱରୁ ଉଦ୍ଧାର ହୋଇଛି । ମୃତକ ହେଲେ ଶେଷଦେବ ରାଉତ (୪୫) । ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ପରିବାର ଗାଁ ଲୋକଙ୍କ ଠାରୁ ସୂଚନା ପାଇଁ ପରିବାର ଲୋକେ ଆଜି ସକାଳୁ ଶେଷଦେବଙ୍କ ମୃତଦେହ କେନାଲ ପାଶ୍ୱର୍ରୁ ଉଦ୍ଧାର କରିଥିଲେ । ବିନିକା ଆଇଆଇସି କୁଶ ପାଣିଗ୍ରାହୀ କହିଛନ୍ତି, ମୃତକଙ୍କ ବଡ଼ ଭାଇ କୁମର ରାଉତଙ୍କ ଠାରୁ ଲିଖିତ ଅଭିଯୋଗ ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା କରିବା ସହ ଏକ ମୋଟର ସାଇକେଲ ଓ ମୋବାଇଲ ଫୋନ ଜବତ କରିଥିଲା ।

ଆଇଆଇସି କହିଛନ୍ତି, ଶେଷଦେବ ରବିବାର ରାତି ପ୍ରାୟ ୮ଟାରେ ବାଇକରେ ବାହାରକୁ ଯାଇଥିଲେ ଏବଂ ସେ ଫେରି ନଥିଲେ । ଘର ଲୋକେ ଫୋନ କରିଥିଲେ ମଧ୍ୟ ଶେଷଦେବ ଉଠାଇ ନଥିଲେ । ଆଜି ସକାଳୁ କେନାଲ ପାଶ୍ୱର୍ରେ ମୃତଦେହ ଠାବ କରି ଥାନାକୁ ଖବର ଦେଇଥିଲେ । ସୋନପୁର ଅତିରିକ୍ତ ଏସ୍ପି ରମେଶ କୁମାର ପାଣିଗ୍ରାହୀ ଓ ବଲାଙ୍ଗୀର ସାଇଟିଫିକ ଟିମ ଘଟଣାସ୍ଥଳକୁ ପହଞ୍ଚିଛନ୍ତି । ପୋଲିସ ଅଧିକ ତଦନ୍ତ କରୁଛି ବୋଲି କହଛନ୍ତି ବିନିକା ଥାନା ଏସଆଇ ସୂର୍ଯ୍ୟକାନ୍ତ ସେଠୀ ।

 

 

 

ସମ୍ବନ୍ଧିତ ଖବର