ମନ୍ଦିର ବାହୁଡ଼ିଲେ ଦେବ ଦମ୍ପତି

ବଲାଙ୍ଗୀର: ବଲାଙ୍ଗୀର ସହରରେ ଧୁମଧାମରେ ଚଳିତ ବର୍ଷ ପାଳନ ହୋଇଛି ଶୀତଳଷଷ୍ଠୀ ମହୋତ୍ସବ। ସହରର ରାଧାରାଣୀପଡ଼ା ଓ ଏବିଏସ୍‌ଏସ୍‌ ରୋଡ଼ରେ ଶୁକ୍ରବାର ଦିନବେଳା ଦେବଦମ୍ପତି ଶୋଭାଯାତ୍ରାରେ ବାହାରିଥିଲେ। ସେହିପରି ପ୍ୟାଲେସ ଲାଇନପଡ଼ାର ଶୋଭାଯାତ୍ରା ସନ୍ଧ୍ୟାରେ ବାହାରି ସାରା ସହର ପରିକ୍ରମା କରିଥିଲେ।

ବିଭିନ୍ନ କମିଟି ପକ୍ଷରୁ ଶୋଭାଯାତ୍ରରେ ଆଦିବାସୀ ନୃତ୍ୟ, ଅଘୋରୀ ବାବା ନୃତ୍ୟ, ଅର୍କେଷ୍ଟ୍ରା, ନାଚ, ଗ୍ରୁପ୍‌ଡ୍ୟାନ୍ସ ଆଦି ବିଭନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସାରା ସହର ଆଜି ଦୁଲଦୁଲି, ଘଣ୍ଟବାଦ୍ୟ, ନାଚ ଗୀତରେ କମ୍ପିଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକ ଆସି ମଜା ନେଇଥିଲେ।

ସମ୍ବନ୍ଧିତ ଖବର