ଢେଙ୍କାନାଳ: ଘରେ ଧାନ ସିଝାଇଲା ବେଳେ ଲୁଗାରେ ଲାଗିଲା ନିଆଁ, ଗୁରୁତର ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି

କାମାକ୍ଷାନଗର: ଘରେ ଧାନ ସିଝାଇଲା ବେଳେ ଲୁଗାରେ ନିଆ ଲାଗିଯିବାରୁ ଜଣେ ମହିଳା ଗୁରୁତର ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ମୃଦଙ୍ଗା ପଂଚାୟତର ଅଁଳାଝରି ଗାଁର ବାସୁ ମୁଣ୍ଡାଙ୍କ ସ୍ତ୍ରୀ ସିରୁବାଲି ମୁଣ୍ଡା (୨୧ବର୍ଷ) ଗୁରୁବାର ଘରେ ଦିନ ୧୨ଟା ବେଳକୁ ଧାନ ସିଝାଇଲା ବେଳେ କୌଣସି କାରଣରୁ ପିନ୍ଧା ଲୁଗାରେ ନିଆଁ ଲାଗିଯାଇଥିଲା । ଫଳରେ ସେ ଗୁରୁତର ଭାବେ ପୋଡି ଯାଇଥିଲେ। ଉଭୟ ଗୋଡ଼ ଓ ଦେହରେ ଗଭୀର ଆଘାତ ଲାଗିଥିବାରୁ ପରିବାର ଲୋକେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ। ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ପରେ ୧୦୮ ଆମ୍ବୁଲାନ୍‌ସରେ ଢ଼େଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି।

ସମ୍ବନ୍ଧିତ ଖବର