ମାଲକାନଗିରି ଜିଲ୍ଲାରେ ପକ୍ଷୀ ଗଣନା ଶେଷ, ୪୩ ପ୍ରଜାତିର ପକ୍ଷୀଙ୍କ ଆଗମନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବନବିଭାଗ ତରଫରୁ ଜିଲ୍ଲାରେ ଥିବା ବିଭିନ୍ନ ଜଳଭଣ୍ଡାରରେ ବିଭିନ୍ନ ଅଞ୍ଚଳରୁ ଆଗମନ କରିଥିବା ବିଭିନ୍ନ ପକ୍ଷୀଙ୍କ ଗଣନା ଶେଷ ହୋଇଛି। ମାଲକାନଗିରି ଜିଲ୍ଲାର ୮ଟି ଜଳଭଣ୍ଡାରରେ ୪୩ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥିବା ବନ ବିଭାଗ କହିଛି। ସେଥିମଧ୍ୟରୁ ଲିଟିଲ କରମୋରେଣ୍ଟସ୍ ପକ୍ଷୀ ୨୧୧୭ଟି, ଇଣ୍ଡିଆନ ପୋଣ୍ଡ ହିରୋନ ୧୧୯୦ଟି, ଗ୍ରେଟ କୋରମୋରେଣ୍ଟସ ୯୭୧ଟି, ରେଡ ନେକଡ୍ ଗ୍ରେବ ୮୫୬ଟି, ଲିଟିଲ ଇଗରେଟ ୭୩୮ଟି, ଇଣ୍ଡିଆନ ସେଗ ୮୫୨ଟି ବୋଲି ଜଣାପଡିଛି। ବିଶେଷକରି ମାଲକାନଗିରିର ସତୀଗୁଡା ଡ୍ୟାମ, ଚିତ୍ରକୋଣ୍ଡା ଜଳଭଣ୍ଡାର ଏବଂ ମାଥିଲି ଶିବ ସାଗରରେ ବହୁ ପକ୍ଷୀ ମାନଙ୍କ ଆଗମନ ହୋଇଛି।ଅନ୍ୟସ୍ଥାନ ଗୁଡିକରେ ଛୋଟ ଛୋଟ ଜଳଭଣ୍ଡାର ରହିଥିବାରୁ ସେହି ଅନୁସାରେ ପକ୍ଷୀ ମାନଙ୍କ ଆଗମନ ହୋଇ ପାରିନଥିବା ଜଣାପଡିଛି।

Sambad

ତେବେ ଜିଲ୍ଲାକୁ ମୋଟ ୧୦ ହଜାର ୧୦୪ଟି ବିଭିନ୍ନ ପକ୍ଷୀ ଆସିଥିବା ବନ ବିଭାଗ କହିଛି।ଗତବର୍ଷ ଏହି ସମୟରେ ୩୦ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥିବା ବେଳେ ୬୭୪୩ଟି ପକ୍ଷୀ ଜିଲ୍ଲାକୁ ଆସିଥିଲେ। ପକ୍ଷୀ ଗଣନାରେ ଜିଲ୍ଲା ବନଖଣ୍ଡିଅ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ ବନ ବିଭାଗର ବନାଞ୍ଚଳ ଅଧିକାରୀ ମାନେ ଏବଂ କର୍ମଚାରୀ ଉପସ୍ଥିତ ରହି ପକ୍ଷୀ ଗଣନା କରିଥିଲେ।

ସମ୍ବନ୍ଧିତ ଖବର