ବିଦ୍ୟୁତ୍‌ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ତେଲକୋଇ : କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳରେ ବିଦ୍ୟୁତ୍‌ କାଟକୁ ନେଇ ଜନ ଅସନ୍ତୋଷ ତେଜୁଛି। ଆଜି ସନ୍ଧ୍ୟାରେ ଟିପିଏନ୍‌ଓଡିଏଲ୍‌ କର୍ମଚାରୀମାନେ ଏକ ବୋଲୋରୋ‌ (ଓଡି-୦୯-ଏଚ୍-୦୫୭୫) ଯୋଗେ କନ୍ତଲେଇ ଗ୍ରାମକୁ ଯାଇ ତେଲକୋଇ-କାଳିଆହତା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରିଥିଲେ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। କର୍ମଚାରୀଙ୍କୁ ଘଟଣାସ୍ଥଳରେ ଅଟକ ରଖିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି।

ଏନେଇ ଟିପିଏନଓଡିଏଲ୍‌ର କନିଷ୍ଠ ଯନ୍ତ୍ରୀ ଗୋବିନ୍ଦ ଦାସଙ୍କୁ ପଚାରିବାରୁ, ସ୍ଥାନୀୟ ଅଞ୍ଚଳରେ ହାତୀ ରହୁଥିବାରୁ ଦୁଇଦିନ ହେଲା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରାଯାଉଛି। ଆଜି ଡ୍ରାଇଭର ସହିତ ଦୁଇଜଣ କର୍ମଚାରୀ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରିବା ପାଇଁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରି ଗାଡ଼ି ସହିତ କର୍ମଚାରୀଙ୍କୁ ଅଟକ ରଖିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର