ଯାଜପୁର: ଫେସବୁକ ହ୍ୟାକ କରି ଅଧ୍ୟାପିକାଙ୍କ ନାଁରେ ଟଙ୍କା ମାଗିଲେ

ଦଶରଥପୁର : ଫେସବୁକ୍‌ ହ୍ୟାକ କରି ମେସେ‌ଞ୍ଜରରେ ଅଧ୍ୟାପିକାଙ୍କ ନାଁରେ ଟଙ୍କା ମଗାଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ପ୍ରମିଳା ବାଇ ଆଜି ମଙ୍ଗଳପୁର ଥାନାରେ ଏନେଇ ଏତଲା ଦେଇଛନ୍ତି।

ଅଭିଯୋଗ ପରେ ପୁଲିସ ଷ୍ଟେସନ ଡାଇରି ନମ୍ବର ୭୯୩ ରେ ପଞ୍ଜୀକରଣ କରାଯାଇଛି। ଗତ ୨୬ ତାରିଖ ଦିନ ତାଙ୍କ ଫେସବୁକ ହ୍ୟାକ କରି ତାଙ୍କର ବନ୍ଧୁମାନଙ୍କୁ ମ୍ୟାସେଞ୍ଜର ମାଧ୍ୟମରେ ୨ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ଅନୁରୋଧ କରାଯାଇଛି। ଫୋନ ପେ, ଗୁଗଲ ପେ, ପେଟିଏମରେ ଟଙ୍କା ପଠାଇବାକୁ ନିଦେଦନ କରାଯାଇଥିଲା। ଏହା ଜାଣିବା ପରେ ଅଧ୍ୟାପିକା ପ୍ରମିଳା ଥାନାରେ ଜଣାଇଛନ୍ତି। ଏହାପୂର୍ବରୁ ମଧ୍ୟ ଦଶରଥପୁର ବ୍ଲକର ବିଭିନ୍ନ ଜଣାଶୁଣା ବ୍ୟକ୍ତିଙ୍କ ନାଁରେ ଏଭଳି ଟଙ୍କା ମଗାଯାଇଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର