ବୈତରଣୀ ନଦୀର ବ୍ୟାରେଜ ନିକଟରେ ପାଣିରେ ଭାସିଯାଇ କାର୍ଯ୍ୟରତ ଶ୍ରମିକ ନିଖୋଜ

ଯାଜପୁର: ବୈତରଣୀ ନଦୀର ଦଶ୍ୱାସମେଧ ଘାଟ ନିକଟରେ ନିର୍ମାଣଧୀନ ଥିବା ବ୍ୟାରେଜ କାର୍ଯ୍ୟ ଚାଲୁଥିବା ସମୟରେ ବ୍ୟାରେଜ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଜଣେ କର୍ମଚାରୀ ନଦୀ ପାଣିରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଅଂଚଳର ସୋମନାଥ ପଟେଲ(୪୫)। ତେବେ ନଦୀରେ ପାଣି ଆସିବା ସମ୍ପର୍କରେ କର୍ମଚାରୀଙ୍କୁ ଅବଗତ ନକରାଇବା ସହ ସ୍ଥାନୀୟ ଅଞ୍ଚଳରେ ବେଆଇନ ବାଲି ଉତଳନ ପାଇଁ ପାଣିର ଗତି ସମ୍ପର୍କରରେ ଜାଣି ପାରିନଥିଲେ ଶ୍ରମିକମାନେ। ତେବେ ବିନା ଫଳକରେ ନିର୍ମାଣ ହେଉଥିବା କାର୍ଯ୍ୟରେ ଶ୍ରମିକମାନେ ସୁରକ୍ଷା ଉପକରଣ ନଥିବାରୁ ଏହିପରି ଘଟିଛି ବୋଲି ଅଭିଯୋଗ କରିଛନ୍ତି ଶ୍ରମିକଙ୍କ ସହଯୋଗୀ ।

ସମ୍ବନ୍ଧିତ ଖବର