କନ୍ଧମାଳ: ଅଟୋ ଭଡାକୁ ନେଇ ଗଣ୍ଡଗୋଳ, ୬ ଗିରଫ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଠାରେ ଅଟୋ ଭଡାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟଣାରେ ପୁଲିସ ୬ ଜଣକୁ ଗିରଫ କରି ପଚରା ଉଚାର କରୁଛି। ଘଟଣାରୁ ପ୍ରକାଶ ଯେ ଯାତ୍ରୀ ଜଣକ ଏକ ଅଟୋରେ ବେଲଘର ଯିବା ପାଇଁ ଅଟୋ ଭଡା ମୁଲ ଚାଲ କରିଥିଲେ। ଅଟୋ ରେ ଯିବା ପାଇଁ ବସିଥିବା ବେଳେ ଆଉ ଏକ ଅଟୋ ମାଲିକ ମୋତି ଲାଲ ନାୟକ ତା ଠାରୁ କାମ ମୂଲ୍ୟରେ ଯିବା ପାଇଁ ଯାତ୍ରୀକୁ କହିଥିଲେ ଓ ଯାତ୍ରୀକୁ ନେଇଥିଲେ।

ଏହାକୁ ନେଇ ରାମପୁର ଛକରେ ମୋତି ଲାଲକୁ ଅଟକାଇ ମାଡ଼ ମାରିବା ସହ ଧମକ ଚମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ମାମଲାରେ ତୁମୁଡିବନ୍ଧ ପୁଲିସ ଥାନାରେ କେସ ନମ୍ବର ୭/୧୯ରେ ମାମଲା ରୁଜୁ କରିବା ସହ ଏଥିରେ ସମ୍ପୃକ୍ତ ଦୁର୍ଲଭ ଦଳପତି, ଶଙ୍କର ବଡନାୟକ, ମଙ୍ଗୁଳା ସାହୁ, ଜିତୁ ପଣ୍ଡା, ବିଜୟ ବେହେରଦଳାଇ ଓ ପ୍ରଶ୍ନନ ପୂଜାରୀକୁ ଗିରଫ କରିଛି। ଅଭିଯୋଗ କରି ମୋତି ଲାଲକୁ ମେଡିକାଲ ପଠାଇ ଚିକତ୍ସା କରିଛି।

ସମ୍ବନ୍ଧିତ ଖବର