୩ ଦିନରେ ଅମଲାଙ୍କ ଆନ୍ଦୋଳନ, କଲା ବ୍ୟାଜ ପିନ୍ଧି କରୁଛନ୍ତି କାର୍ଯ୍ୟ

ଦେଓଗାଁ: ୪୨୦୦ ଟଙ୍କାର ଗ୍ରେଡ ପେ ଦାବି ସହ ଲେବଲ୍‌ ୯ କୁ ବୃଦ୍ଧି ଦାବି ନେଇ ରାଜ୍ୟ ମିଳିତ ଅମଲା ମଞ୍ଚ ଆନ୍ଦୋଳନ କରୁଛି। ଏହି ଆନ୍ଦୋଳନକୁ ଅନେକ ଦିନ ହୋଇଥିଲେ ବି ସରକାର କୌଣସି ନିଷ୍ପତ୍ତି ନେଉ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ଏପରି କି ଏହି ଆନ୍ଦୋଳନକାରୀମାନେ ନିଜର ହକ୍‌ ପାଇଁ କଲା ବ୍ୟାଜ ପରିଧାନ କରି କରୁଛନ୍ତି କାର୍ଯ୍ୟ।

ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଦେଓଗାଁ ବ୍ଳକ କାର୍ଯ୍ୟାଳୟ, ତହସିଲ ଅଫିସ, ସ୍ୱାସ୍ଥ୍ୟ ଓ ଶିକ୍ଷା କାର୍ଯ୍ୟଳୟରେ। କାର୍ଯ୍ୟ କରୁଥିବା କିରାଣୀମାନେ ଏହି ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନ ହେଲେ ଆସନ୍ତା ଜୁନ ୧ ତାରିଖରୁ ରାଜ୍ୟର ସମସ୍ତ ଅମଲା ସମୂହ ଛୁଟିରେ ଯିବେ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର