ଦିନ ଦ୍ବିପହରରେ ମାରଣାସ୍ତ୍ର ଦେଖାଇ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟିଲେ

ବଅଁରପାଳ :  ଆଜି ବଅଁରପାଳ ଥାନା ଅନ୍ତର୍ଗତ ସାନ୍ତରାପୁର ‘ଖ’ ପଞ୍ଚାୟତ କଲଣ୍ଡାପାଳ ସ୍କୁଲ ନିକଟରେ ଏକ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କଠାୁରୁ ନଗଦ ଟଙ୍କା ସହ ଅନ୍ୟ ସାମଗ୍ରୀ ଲୁଟ ହୋଇଥିବା ଖବର ହସ୍ତଗତ ହୋଇଛି ।  ଏକ ବାଇକରେ ଆସି କେତେକ ଯୁବକ ମାରଣାସ୍ତ୍ର ଦେଖାଇ ଏହି ଲୁଟ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ସୂର୍ଯ୍ୟୋଦୟ ଫାଇନାନ୍ସ କର୍ମଚାରୀ କଲଣ୍ଡାପାଳ ଗ୍ରାମରୁ ଟଙ୍କା ଆଦାୟ କରି ଫେରୁଥିବା ସମୟରେ ହଠାତ କଲଣ୍ଡାପାଳ ସ୍କୁଲ ପାଖରେ ପ୍ରାୟ ତିନି ଜଣ ଯୁବକ ସେମାନଙ୍କୁ ଅଟକାଇ ଥିଲେ । ସେମାନେ  ଛୁରୀ, ଭୁଜାଲି ଏବଂ ବନ୍ଧୁକର ଭୟ ଦେଖାଇ ଦୁଇ କର୍ମଚାରୀଙ୍କ ଠାରୁ ନଗଦ ୩୫,୬୮୪ ଟଙ୍କା, ୩ଟି ମୋବାଇଲ ଫୋନ, ମନି ପର୍ସ, ୩ଟି ଏଟିଏମ କାର୍ଡ, ଆଧାର କାର୍ଡ, ପ୍ୟାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ସହ ବାଇକ ଚାବି ଛଡ଼ାଇ ନେବା ସହ ପର୍ସରେ ଥିବା ୫୦୦୦ ରୁ ଉର୍ଦ୍ଧ୍ବ ଟଙ୍କା ମଧ୍ୟ ନେଇ ଯାଇଛନ୍ତି। ସୂର୍ଯ୍ୟୋଦୟ କର୍ମଚାରୀ ଦୁଇଜଣ ହେଲେ ବିଷ୍ଣୁ ପ୍ରସାଦ ସାହୁ  ଓ ସୁବାଷ ଚନ୍ଦ୍ର ସାହୁ । ଉଭୟଙ୍କ କହିବା ଅନୁସାରେ ଦୁର୍ବୃତ୍ତମାନେ ସେମାନଙ୍କ ବେକରେ ଛୁରୀ ଲଗାଇବା ସହ ହାତକୁ କାଟି ଦେଇଥିଲେ । ଏହାସହିତ ଉଭୟଙ୍କୁ ଆଣ୍ଠେଇ ବସାଇଥିଲେ ଓ ବନ୍ଧୁକରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।

ଦିନ ଦ୍ବିପହରରେ ବିଚ ରାସ୍ତାରୁ ଟଙ୍କା ନେଇଯିବା ଖବର ଶୁଣି ଆଖ ପାଖ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି । ସ୍ପଷ୍ଟ ଦିବାଲୋକରେ ଲୁଟ କରି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା ଗ୍ୟାଙ୍ଗ।

ସମ୍ବନ୍ଧିତ ଖବର