ସନ୍ଦେହ ଘେରରେ ବିବାହିତ ଯୁବକର ମୃତ୍ୟୁ: ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଅମ୍ବାଭୋନା :  ଅମ୍ବାଭୋନା ଥାନା ଅନ୍ତର୍ଗତ ଖୋଲା ଗ୍ରାମଠାରୁ ଦୁଇ କିଲୋମିଟର ଦୂରତା ରେ ଅବସ୍ଥିତ ବାରପାହାଡ ଜଙ୍ଗଲ ଭିତରେ ଖୋଲା ଗ୍ରାମର ନକୁଳ ଖଡିଆଙ୍କ ବିବାହିତ  ପୁତ୍ର ଜୟରାମ ଖଡିଆ ଓରଫ ପେଟୁ (୨୮)ଙ୍କ ମୃତଦେହ ଗଛ ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି ।  ମୃତ୍ୟୁ ଶରୀର ଗଳିତ ଦୁର୍ଗନ୍ଧ ଅବସ୍ଥାରେ ପଡିଛି ରହିଛି ।  ଯୁବକର ଦୁଇ ଗୋଡ ପଥର ଲାଗି ରହିଥିବାରୁ ପରିବାର ଲୋକ ଏହାକୁ ହତ୍ୟା ବୋଲି ସଂଦେହ କରୁଛନ୍ତି ।

ପରିବାର ଲୋକେ କହିବା ଅନୁସାରେ  ସେ ଗତ ଶନିବାର ଦିନ ୧୧ ଟାରୁ କୌଣସି କାମ ରେ ଯାଉଛି ବୋଲି କହି ଆଉ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକର ସନ୍ଧାନ ମିଳିନଥିଲା । ପରେ ପରିବାର ଲୋକେ ଏବାବଦରେ ଅମ୍ବାଭୋନା ଥାନା ଏତଲା ଦେଇଥିଲେ । ପରିବାର ଲୋକେ ଓ ଗ୍ରାମବାସୀ ମିଳିତ ସହଯୋଗରେ ପୁଣି ଖୋଜାଖୋଜି କରିବା ପରେ ଆଜି   ଜଙ୍ଗଲ ଭିତରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।  ଏ ସଂପର୍କରେ ଅମ୍ବାଭୋନା ପୁଲିସ ଖବର ଦିଆଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଅମ୍ବାଭୋନା  ପୁଲିସ ଘଟଣା ସ୍ଥଳ କୁ ପହଞ୍ଚି ନଥିଲେ । ତାଙ୍କ ପଛରେ ଅସହାୟ ପତ୍ନୀ କହର ଖଡିଆ ଓ ଦୁଇଟି କନ୍ୟା ରହିଛନ୍ତି ।

ସମ୍ବନ୍ଧିତ ଖବର