ଜଟଣି: ଖୁଡ଼ିକୁ ଛୁରି ଭୁଶି ହତ୍ୟା କଲା ପୁତୁରା

ଜଟଣି:  ପାରିବାରିକ କଳହରୁ  ନିଜ ଖୁଡିକୁ ଛୁରି ଭୁଶି ହତ୍ୟା କରିଛନ୍ତି  ଜଣେ ଯୁବକ। ଏ ନେଇ ଜଟଣି ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଯୁବକଙ୍କ ସହିତ ତାଙ୍କ ପରିବାର ଫେରାର ହୋଇ ଯାଇଛନ୍ତି।

ପୁଲିସ ସୂତରୁ ମିଥିବା ସୂଚନା ଅନୁଯାୟୀ,  ଜଟଣି ଥାନା ଗାନ୍ଧିନଗର ସରସ୍ୱତୀ ଶିଶୁ ମନ୍ଦିର ଛକରେ ରହୁଥିବା ଟୁକୁନା  ସ୍ୱାଇଁଙ୍କ ପତ୍ନୀ ସବିତା ସ୍ୱାଇଁଙ୍କୁ ତାଙ୍କ ପୁତୁରା  ବିକାଶ ସ୍ୱାଇଁ ଗତକାଳଇ ରାତିରେ ପାରିବାରିକ କଳହରୁ ଉତ୍ତ୍ୟକ୍ତ ହୋଇ ଛୁରି ଭୁଶି ଦେଇଥିଲେ। ଗୁରୁତର ଅବସ୍ଥାରେ ସବିତାଙ୍କୁ  ଭୁବନେଶ୍ୱରସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ସକାଳେ ଚିକିତ୍ସିତ ଅବସ୍ଥାରେ ସବିତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର