ନୂଆପଡ଼ା ଜିଲ୍ଲାରେ ଅଣ୍ଡା ଦୁର୍ନୀତି, ଏପ୍ରିଲ ମାସରେ ୧୨ଟାରୁ ୬ଟା ଅଣ୍ଡା ଦିଆଯାଇଛି

ନୂଆପଡ଼ା: ସାରା ଦେଶ ଏବେ କରୋନା ସହ ଲଢ଼ୁଥିବା ବେଳେ ଜିଲ୍ଲାମାନଙ୍କରେ ଦୁର୍ନୀତି ବଢ଼ିଚାଲିଛି। ବଲାଙ୍ଗୀର ଜିଲ୍ଲାରେ ଛୁଆଙ୍କ ରାସନ୍ ବାବୁ ବାବୁଆଣୀମାନେ ହରିଲୁଟ ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେରଳେ ନୂଆପଡ଼ା ଜିଲ୍ଲାରେ ଛତୁଆ ଓ ଅଣ୍ଡା ଦୁର୍ନିତ ପଦାକୁ ଆସିଥିବାର ଦେଖିବାକୁ ମିଲିଛି। ଲକଡାଉନ ସମୟରେ ଜିଲ୍ଲାର ଅଙ୍ଗନବାଡ଼ ଶୁଶିଙ୍କୁ ପୁଷ୍ଟିକର ଖାଦ୍ୟ ଦେବାର ଦାୟତ୍ବରେ ଥିବା ଅଧିକାରୀମାନେ ହରିଲୁଟ କଲେଣି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଳକ ଟିମନପୁର ପଞ୍ଚାୟତ ହିରାପୁର ଗ୍ରାମର ଦ୍ବଇଟି ଅଙ୍ଗନବାଡି କେନ୍ଦ୍ରରେ ଶିଶୁ , ପ୍ରସୂତି ଓ ଗର୍ଭବତୀମାନଙ୍କୁ ଏପ୍ରିଲ ମାସରେ ୧୨ଟି ଅଣ୍ଡା ଦେବାର ସରକାରଙ୍କ ନିୟମ ରହିଛି। କିନ୍ତୁ ହିରାପୁର ଗ୍ରାମରେ ଏପ୍ରିଲ ମାସରେ ମାତ୍ର ୬ଟି ଅଣ୍ଡା ଦେବା ସହ ଶୁଖିଲା ଖାଦ୍ୟ ମଧ୍ୟ ମଧ୍ୟ ଦିଆଯାଇ ନାହିଁ ବୋଲି ଅଭିଯୋଗ ହୋଇଛି। ଖବରରୁ ପ୍ରକାଶ ଯେ ନୂଆପଡ଼ା ଜିଲ୍ଲାରେ ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କୁ ଖାଦ୍ୟ ଦେବା ପାଇଁ ଜିଲ୍ଲାରେ ୧୩୫୬ଟି ଅଙ୍ଗନବାଡି କେନ୍ଦ୍ର ରହିଛି। ସମଗ୍ର ବିଶ୍ବରେ କୋଭିଡି-୧୯ ମହାମାରୀ ହେତୁ ଦେଶରେ ଲକଡାଉନ ହୋଇଥିଲା। ଏହାପରେ ସରକାରଙ୍କ ପକ୍ଷରୁ ଏପ୍ରିଲ ,ମଇ, ଓ ଜୁନ ୩ ମାସ ଅଗ୍ରୀମ ଟଙ୍କା ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ପାଇଁ ୨ କୋଟି ୫୮ ଲକ୍ଷ ଟଙ୍କା ଆକାଉଣ୍ଟକୁ ଦିଆଯାଇଛି।

ତାସହ ଏହି ଲକଡାଉନ ସମୟରେ ଅଙ୍ଗନବାଡି କର୍ମୀମାନେ ଘରକୁ ଯାଇ ଦେବାର ନିର୍ଦେଶ ଦିଆଯାଇଛି। କିନ୍ତୁ ଜିଲ୍ଲାରେ ଅଧିକାଶ ଅଙ୍ଗନବାଡି କର୍ମୀ ଛତିଆ ଓ ଅଣ୍ଡା ଠିକ୍ ଭାବରେ ଦେଉନଥିବା ବେଳେ ରାସନ ସାମଗ୍ରୀ କଥା କିଏ ପଚାରେ । ଜିଲ୍ଲାରେ ଲକଡାଉନ ହେବା ଏକ ମାସରୁ ଉର୍ଦ୍ଧ୍ବ ଦିନ ବିତିଯାଇଥିଲେ ମଧ୍ୟ ୬ ମାସରୁ ୩ ବର୍ଷର ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ନ ପାଇ ଅପପୁଷ୍ଟିର ଶିକାର ହେବାକୁ ଯାଇଛନ୍ତି। ଜିଲ୍ଲାର ବିଶେଷ କରି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ଶିଶୁ ଓ ପ୍ରସୂତି ଓ ଗର୍ଭବତୀ ମହିଳାଙ୍କୁ ଛତୁଆ, ଅଣ୍ଡା, ରାସନ ସାମଗ୍ରୀ ଭଳଭାବରେ ଦିଆଯାଇ ନ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ସିନାପାଲି ବ୍ଳକ ହିରାପୁର ଗ୍ରାମରେ ଦୁଇଟି ଅଙ୍ଗନବାଡି ରହିଛି। ଏହି ଗ୍ରାମରେ ଅନେକ ଗର୍ଭବତୀ , ପ୍ରସୂତି ମହିଳା ଜନ୍ମରୁ ୩ ବର୍ଷ ଶିଶୁ ଅଛନ୍ତି। ଲକଡାଉନର ସୁଯୋଗ ‌ ନେଇ ଗ୍ରାମରେ ଅଙ୍ଗନବାଡି ପକ୍ଷରୁ ମିଳିଥିବା ସୁବିଧା ପାଇଁ ପାରୁ ନାହିଁ ଗତ ଏପ୍ରିଲ ମାସରେ ୧୨ଟା ଅଣ୍ଡାରେ ମିଳିବା ସ୍ଥାନରେ ୬ଟା ଲେଖା ଅଣ୍ଡା ଦିଆଯାଇଛି। ବାକି ୬ଟି ଅଣ୍ଡା ଓ ଶୁଖିଲା ଖାଦ୍ୟ ବଡ଼ବଡ଼ିଆ ଅଧିକାରୀମାନେ ଖାଉଥିବା ଚର୍ଚ୍ଚା ହୋଇଛି। ମଇ ମାସର ପ୍ରଥମ ସପ୍ତାହରେ ସମସ୍ତ ମହିଳାଙ୍କୁ ଛିଡ଼ା କରି ଗୋଟିଏ ଥାଳିରେ ୧୨ଟା ଅଣ୍ଡା ରଖି ଅଙ୍ଗନବାଡି କର୍ମୀ ମାନେ ଫଟୋ ଉଠାଇଥିଲେ। ପରେ ଉକ୍ତ ଥାଳିରୁ ୬ଟି ଅଣ୍ଡାକୁ ଅଙ୍ଗନବାଡି କର୍ମୀମାନେ କାଢ଼ି ଦେଇଥିଲେ। ମାତ୍ର ମାଇ ମାସରେ ୬ଟା ଅଣ୍ଡା ଦିଆଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜିଲ୍ଲାରେ ୬୦୮୬ଜଣ ଗର୍ଭବତୀ ଥିବା ବେଳେ ୬୦୪୬ ପ୍ରସୂତୀ ମହିଳା ଏବଂ ୬ମାସରୁ ୩ବର୍ଷ ପର୍ଯ୍ୟନ୍ତ ବୟସର ୨୮ ହଜାର ୨୧୧ ଜଣ ଶିଶୁ ଅଛନ୍ତି।

ଏହି ଘଟଣା ଉପରେ ଡିଏସଡବ୍ଳୁଓ ବିଦୁଲତା ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ହିରାପୁର ଗ୍ରାମରେ ୬ଟା ଅଣ୍ଡା ତେଲ, ମୁଗ, ବେସନ ଦିଆନଯିବା ଘଟଣା ମୁଁ ଜାଣି ନାହିଁ। ଆଜି ଆପଣଙ୍କ ଠାରୁ ଜାଣିଛି ଆସନ୍ତା ତଦନ୍ତ ପାଇଁ ପଠାଯିବ ବୋଲି କହିଛନ୍ତି। ନୂଆପଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଶିଶୁ ଓ ପ୍ରସୂତି ମହିଳାଙ୍କୁ ଖାଦ୍ୟକୁ ହରିଲୁଟ କରାଯାଇଛି ବୋଲି ପଚାରିବାରୁ ‌ଏଭଳି ଘଟଣା ମୋ ନଜରକୁ ଆସିନାହିଁ , ଆସିଲେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର