ଅଫିସର ରାଜ୍‌ ଚାଲିବାକୁ ଦେବୁନି, ସବୁ ଦୁର୍ନୀତି ପ୍ରସଙ୍ଗ ଲୋକଲୋଚନକୁ ଆଣିବୁ: ପିସିସି ସଭାପତି

ଜୟପୁର: ଓଡିଶା‌ରେ ଅଫିସର ରାଜ ଚାଳିବାକୁ ଦେବୁନି। ସବୁ ସ୍କାମ ଲୋକଲୋଚନକୁ ଆଣିବୁ। ୨୦୨୪ରେ କଂଗ୍ରେସ ଓଡିଶାରେ ଶାସନ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ। ପିସିସି ପକ୍ଷରୁ ସେପ୍ଟମ୍ବର ୨୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କ୍ରମରେ ମାଲକାନଗିରି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯାଉଛି। ବିଜେଡିଓ ବିଜେପିର ବିଫଳତାକୁ ନେଇ କାର୍ଯ୍ୟକ୍ରମ। ୨୦୧୪ ନିର୍ବାଚନ ଆସିବା ପୂର୍ବରୁ କେନ୍ଦ୍ରରେ ଥିବା ବିଜେପି ସରକାର ଲୋକଙ୍କୁ ସଦା ସର୍ବଦା ଭାରତବାସୀଙ୍କୁ ବଡ ବଡ ସ୍ବପ୍ନ ଦେଖାଇଲେ। ୨କୋଟି ବେକାରୀ ଶିକ୍ଷିତ ଯୁବକ ଓ ଯୁବତୀଙ୍କୁ କର୍ମନିଯୁକ୍ତି ଦେବା, ୧୫ଲକ୍ଷ ଗର୍ଭ ଘର ଦେବା ‌କଥା, ଦରଦାମ ନିୟନ୍ତ୍ରଣ କରିବ ବୋଲି ପ୍ରଚାର ଓ ପ୍ରସାର କରିଥିଲେ। ଅପରପକ୍ଷରେ ଟମାଟ କିଲୋ୨୦୦ଟଙ୍କା, ଗ୍ୟାସ ସିଲଣ୍ଡରକୁ ୧୨ଶହ ଟଙ୍କା‌ରେ ପହଞ୍ଚିଲାଣି। ବୁଲେଟ ଟ୍ରେନ ଚଳାଇବୁ, ସ୍ମାର୍ଟ ସିଟି ହେବ ବୋଲି ପ୍ରଚାର କରାଯାଉଥିଲା। ତେବେ ସେ ସବୁ ଉଭାନ ହୋଇଗଲାଣି।

ବିଜେପିର ସାନଭାଇ ବିଜେଡି ସରକାର। ନବୀନ ପଟ୍ଟନାୟକ ସରକାର ୨୪ବର୍ଷ ଦୁଇ ଦୁଇଟି ଯୁଗ ହୋଇଗଲା। ୨୪ବର୍ଷ ମଧ୍ୟରେ ଆଜି ପର୍ଯ୍ୟନ୍ତ ଓଡିଶାରେ କିମ୍ବା ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଅନୁସଙ୍ଗିକ ଭିତ୍ତିଭୂମି ସଜାଡ଼ି ପାରିଲେ ନାହିଁ। ସ୍ବଚ୍ଛ ମୁନ୍ଦେ ପିଇବା ପାଣି ପାଇଁ ମା, ଭଉଣୀ ମାନେ କିଲୋମିଟର କିଲୋ ମିଟର ଚାଳିବାକୁ ପଡ଼ୁଛି। ଏମିତି ଅନେକ ଗାଁ ରହିଛି ଯେଉଁଟି ଆମ୍ବୁଲାନ୍ସର ଶବ୍ଦ ଲୋକେ ଶୁଣିବାକୁ ପାଇ ନାହାନ୍ତି। ହସ୍ପିଟାଲରେ ଡାକ୍ତର ନାହାନ୍ତି। ସ୍କୁଲରେ ଶିକ୍ଷକ ନାହାନ୍ତି। ଆଶାକର୍ମୀ, ଆଙ୍ଗନୱାଡୀ କର୍ମୀ, ସରପଞ୍ଚ, ସମିତିସଭ୍ୟ ସବୁ ରାଜରାସ୍ତାରେ। ଶିକ୍ଷକ ମାନଙ୍କ ସମସ୍ୟା ସମାଧାନ ହେଉନି। ଶିକ୍ଷକ ମାନେ ଭୁବନେଶ୍ବରରେ ଆନ୍ଦୋଳନ କରୁଛନ୍ତି। ବର୍ତ୍ତମାନ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ କଣ ହେବ। ପ୍ରତ୍ୟେକ କ୍ଷେତ୍ରରେ‌ ଦେଖନ୍ତୁ ଏଭଳି ହେଲେ ଓଡିଶା ଚଳିବ କେମିତି। ୧୨ବର୍ଷରେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ ଦେଖା କରିଛନ୍ତି କି? ଜନସାଧାରଣ ଯେଉଁ ମାନେ ଭୋଟ ଦେଇଛନ୍ତି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି ପାରୁନାହାନ୍ତି। ଜନସାଧାରଣ ଦେଖା କରି ପାରୁ ନାହାନ୍ତି। ବିଧାୟକ, ସାଂସଦଙ୍କୁ ଜନସାଧାରଣ ଭୋଟ ଦେଇଛନ୍ତି। ବର୍ତ୍ତମାନ ଏପରି ପରିସ୍ଥିତି ହୋଇଛି ଯେ ବିଧାୟକ, ସାଂସଦ ଅସହାୟ, ମୁଖ୍ୟମନ୍ତ୍ରୀଙ୍କୁ ଭେଟାଇ ପାରୁ ନାହାନ୍ତି। ଓଡିଶାରେ ଚାଳିଥିବା ଅଫିସର ରାଜ ଚାଳିବ ନାହିଁ। ଏଠି ପାଣ୍ଡିଆନ୍ ରାଜ ଚାଳିବ ନାହିଁ। ଏଆଇସିସି ସଂପାଦକ ରାହୁଳଗାନ୍ଧୀ କନ୍ୟାକୁମାରୀ ଠାରୁ କାଶମୀର ପର୍ଯ୍ୟନ୍ତ ପଦଯାତ୍ରା କରିବା ପରେ ଚାରି ଆଡେ କଂଗ୍ରେସ ହାୱା ତିଆରି ହୋଇଛି। ଏହାର ଫଳ ସ୍ବରୁପ କର୍ଣ୍ଣାଟକରେ କଂଗ୍ରେସ ଶାସନ ଆସିଛି। ୨୦୨୪ରେ ନିଶ୍ଚିତ ଭାବେ ଓଡିଶା‌ରେ କଂଗ୍ରେସ ଶାସନ କରିବ। ୨୦୧୯ରେ ୨ଲକ୍ଷ ଯୁବକଙ୍କୁଚାକିରି ଦେବା, ୩୧୪ ବ୍ଲକରେ ୩୫ପ୍ରତିଶତ ଜଳସେଚନ କରିବେ‌ ବୋଲି ପ୍ରତିଶ୍ରୃତି ଦେଇଥିଲେ।

ରାଜ୍ୟରେ ୧୨ହଜାର ସ୍କୁଲ ଘର ନାର୍ହି, ୧୬ଲକ୍ଷ ଓଡିଶା ଲୋକ ଖାଇବାକୁ ପାଉ ନାହାଁନ୍ତି। ଏଇଟା ହିଁ ନବୀନ ପଟ୍ଟନାୟକ ସରକାରର ସଫଳତା। ସମ୍ମାନ, ସ୍ବାଭିମାନ ଓଡିଆ ଜାତିର ଥିଲା ଏସବୁ ଗଲା କୁଆଡେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ଥିଲା ୩୩ ପ୍ରତିଶତ ମହିଳା ସଂରକ୍ଷଣ ଆରମ୍ଭ। ୧୯୯୧-୯୨ ମସିହାରେ ରାଜ୍ୟସଭାରେ ପାରିତ ହୋଇଥିଲା, ତେବେ ଲୋକସଭାରେ ପାରିତ ହୋଇପାରି ନଥିଲା। କଂଗ୍ରେସ ବିଧାୟକ, ସାଂସଦ ପ୍ରାର୍ଥୀ ଚୟନରେ ଯୁବକ ଓ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହିଥିଲେ ପିସିସି ସଭାପତି। ଜିଲ୍ଲା କଂଗ୍ରେସ ସଭାନେତ୍ରୀରୁ ମୀନାକ୍ଷୀ ରାଣୀ ବାହିନୀପତି ବଦଳାଯିବାକୁ ଘଟଣା ପଚାରିବା‌ରେ ଏହା ପାର୍ଟିର ଦଳୀୟ ବ୍ୟାପର ବୋଲି କହିଥିଲେ। ଓବିସି କମିସନ କରି ବିଜେଡି ଜାତିଗଣନା କରାଇଛି।

ତେବେ ବାର୍ଦ୍ଧକ୍ୟ, ବିକଳାଙ୍ଗ, ରୋଗୀ ଆଦି ପଂଚାୟତକୁ ଆସି ପାରିଥିବେ କି ବୋଲି ଶ୍ରୀ ପଟନାୟକ ପ୍ରଶ୍ନ କରିଥିଲେ। ଏଥି ପାଇଁ ସ୍ବତନ୍ତ୍ର ଅଧିବେସନ୍ ରଖାଯାଉ ବୋଲିଦାବି କରିଥିଲେ। ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା ଆଜି ଅନୁପସ୍ଥିତ ସଂପର୍କରେ ପଚାରିବାରେ ସେ ୨ଟି ରାଜ୍ୟର ପ୍ରଭାରୀ ତେଣୁ ସେ ଅନୁପସ୍ଥିତ ରହିଛନ୍ତି। ମତାନ୍ତର ରହିଛି କି ବୋଲି ପଚାରିବା‌ରେ ଏଠାରେ ନୂହେଁ ପୁରା ଓଡିଶାର ସବୁ ଜିଲ୍ଲା ଓ ରାଜ୍ୟସ୍ତରରେ ସବୁ କଂଗ୍ରେସ ନେତା ଏକ। ହୀରାକୁଦ ଡ୍ୟାମ, ରାଉରକେଲା ଷ୍ଠିଲ ପ୍ଲାଣ୍ଟ, ସୁନାବେଡ଼ା ମିଗ୍, ବଲାଙ୍ଗିର ଗୋଳାବାରୁଦ କମ୍ପାନି, ନାଲକେ, ପାରଦ୍ବୀପ କଂଗ୍ରେସ କରିଛି। ମୁଖ୍ୟମନ୍ତ୍ରୀ ଓଡିଶା ପାଇଁ କଣ କରିଛନ୍ତି ଜବାବ ରଖନ୍ତୁ, କେବଳ ହେଲିକପ୍ଟରରେ ସରକାରୀ ବାବୁ ସର୍ଭେ କରିଛନ୍ତି। ସେ ଯେଉଁ ହେଲିକପ୍ଟରରେ ବୁଲୁଛନ୍ତି ତାହା ଆମ ପଇସା‌ରେ। ଏହି ସରକାରରେ ମାଇନିଂ ସ୍କାମ, ଫୁଡ ସ୍କାମ, ଡାଲିସ୍କାମ, ଚିଠପଣ୍ଡ ସ୍କାମ ହୋଇଛି। ରାଜରାସ୍ତାକୁ କଂଗ୍ରେସ ଓହ୍ଲାଇବ, ଏବଂ ଦରକାର ପଡ଼ିଲେ ଅନ୍ଦୋଳନ ବି କରିବ ବୋଲି ଚେତାବନୀ‌ ଦେଇଥିଲେ। ଏହି ସମ୍ବାଦିକ ସମ୍ମିଳନୀରେ ଓଡିଶା ପ୍ରଭାରୀ ଏ. ଚେଲ୍ଲାକୁମାର, ଲାଲୁ ଜି, ବିଧାୟକ ତାରା ପ୍ରସାଦ ବାହିନୀପତି, ଦାଶରଥୀ ଗମାଙ୍ଗ, କ୍ୟାମ୍ପନ ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଜିଲ୍ଲା ସଭାପତି ବୁଲୁ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର