ଜଣ୍ଡିସ୍‌ରେ ନବବିବାହିତାଙ୍କ ଅକାଳ ବିୟୋଗ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବେଗୁନିଆ: ବେଗୁନିଆ ଥାନା ଦେଉଳି ପଞ୍ଚାୟତ ଛତ୍ରପଡ଼‌ାଗ୍ରାମର ସ୍ବର୍ଗତ ଶଉରୀ ସାମନ୍ତରାୟଙ୍କ ସାନପୁଅ ଲିଟୁ ସାମନ୍ତରାୟ(୨୫) ନିରାକାରପୁର ଥାନାଅନ୍ତର୍ଗତ ନନପଡ଼ା ଗ୍ରାମର ସୁର ପ୍ରଧାନଙ୍କ ଏକମାତ୍ର କନ୍ୟା ମାମାଲି(୨୦)କୁ ଆଜକୁ ୨ବର୍ଷ ତଳେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ହେଲେ ଗତ କିଛିଦିନ ତଳେ ମାମାଲି ଯକୃତ ଜଣ୍ଡିସ ରୋଗରେ ଆକ୍ରାନ୍ତ ହେବାରୁ ଉଭୟ ବାପଘର ଓ ଶାଶୁଘର ଲୋକମିଶି ତାଙ୍କୁ ଚିକିସା ନିମନ୍ତେ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟଚିକିସାଳୟ ଏବଂ ପରେ ଭୁବନେଶ୍ବରସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସେଠାରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିସା ନିମନ୍ତେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ଏକ ସପ୍ତାହ ଚିକିସାଧିନ ଅବସ୍ଥାରେ ଗତ ୨ତାରିଖ ଦିନ ସଂଧ୍ୟାରେ ତାଙ୍କର ଅକାଳ ବିୟୋଗ ଘଟିଲା। ତାଙ୍କର ୭ ମାସର ଏକ ଶିଶୁପୁତ୍ର ରହିଛି। ଝିଅକୁ ଅଧିକ ୨ଲକ୍ଷ ଟଙ୍କା ଯୌତୁକ ଦାବି ଏବଂ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ, ଏପରିକି ଖାଇବାକୁ ନଦେଇ ଶାଶୁଘର ମାରିଦେଇଛନ୍ତି ବୋଲି ମାମାଲିଙ୍କ ପରିବାର ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ହୋ‌ଇଛି। ପୁଲିସ ଘଟଣାକୁ ଗୁରୁତର ଭାବେ ନେଇ ଥାନା ଆଇଆଇସି, ଖୋର୍ଦ୍ଧା ଏସଡିପିଓ, ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ ଟିମ ,ଉଭୟ ପକ୍ଷ ଓ କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଶବ ଜବତ କରାଯାଇଛି। ତା’ ସହ ବ୍ୟବଛେଦ ନିମନ୍ତେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର