ଜିଲ୍ଲା ଆଇନଜୀବୀ ସଂଘର ସାଧାରଣ ପରିଷଦ ବୈଠକ; ଦାଶରଥୀ ପଟ୍ଟନାୟକ ନିର୍ବାଚନ ଅଧିକାରୀ ଭାବେ ମନୋନୀତ

ଜୟପୁର: ଆଜି କୋରାପୁଟ ଜିଲ୍ଲା ଆଇନଜୀବୀ ସଂଘ ଜୟପୁରର ସାଧାରଣ ପରିଷଦ ବୈଠକ ସଭାପତି ସରୋଜ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସଂପାଦକ ଆନନ୍ଦ ରଥ ଆଗାମୀ ଦିନରେ ହେବାକୁ ଥିବା ବାର କାଉନସିଲ ନିର୍ଦ୍ଦେଶରେ ସଂଘର ହେବାକୁ ଥିବା ନିର୍ବାଚନ, ନିର୍ଦ୍ଦେଶାବଳୀ, ସଭ୍ୟଙ୍କର ମାସିକିଆ ଫି ଏବଂ ଭୋଟରତାଲିକା ସଂପର୍କରେ ସୂଚନା ଦେଇଥିଲେ। ଏହାକୁ ନେଇ ଗରମାଗରମ ଆଲୋଚନା ବି ହୋଇଥିଲା। କିଛି ସଭ୍ୟ ମାନେ ସବୁ ଫି ଦାଖଲ କରିବା ପରେ ବି ତାଲିକାରେ ନାଁ ନଥିବା ନେଇ ଅଭିଯୋଗ କରିଥିଲେ। ଆସନ୍ତା ଦିନରେ ହେବାକୁ ଥିବା ସଂଘର ନିର୍ବାଚନ ପରିଚାଳନା ପାଇଁ ନୂତନ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ଦାଶରଥୀ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା।

Sambad

ଉପସଭାପତି ହରିଶ୍ଚନ୍ଦ୍ର ମୁଦୁଲି, କୋଷାଧ୍ୟକ୍ଷ ଗୋପବନ୍ଦୁ ସାନ୍ତ୍ରା ପ୍ରମୁଖ ମଂଚାସୀନ ଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ବିରେଶ ପଟ୍ଟନାୟକ, ତାରିଣୀ ପାଣିଗ୍ରାହୀ, ଦୀନବନ୍ଧୁ ଅଗ୍ରୱାଲ, ମୀନକେତନ ପରିଚ୍ଛା, ଶିଶିର ମିଶ୍ର, ଦେବାଶିଷ ମହାନ୍ତି, ଲାଲୁ ଷଡଙ୍ଗୀ, ସତ୍ୟନାରାୟଣ ଆଚାରୀ, ପି. ଦିବାକର ରାଓ, ଗିରଧର ଖରା, ରବିନ୍ଦ୍ର ପାତ୍ର, ଶଶିଭୁଷଣ ପଟ୍ଟନାୟକ, ସୁବାଷ ପଣ୍ଡା, ଯଯାତି ଅଧିକାରୀ, ପିଣ୍ଟୁ ମାଝୀ, ରାମନାଥ ମିଶ୍ର, ସଚ୍ଚିଦାନନ୍ଦ ମିଶ୍ର, କେ. ପ୍ରସାଦ ରାଓ, ଅନୁପ ପାତ୍ର, ଶିବ ପାଢ଼ୀ, ସୁଧିର ତ୍ରିପାଠୀ, ସହଦେବ ପଟ୍ଟନାୟକ, ତେଜେଶ୍ବର ପଣ୍ଡା ପ୍ରମୁଖ ଆଇନଜୀବୀ ମାନେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର