ଲେଦ ୱାର୍କସପରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ

ରାଉରକେଲା : ରାଉରକେଲା ଶିଳ୍ପାଞ୍ଚଳ ଗଙ୍ଗାଧରପାଲିର ଏକ ଲେଦ ୱାର୍କସପରେ ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟିଛି l ଅଗ୍ନିକାଣ୍ଡରେ ୱାର୍କ ସପର ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜଳିଯାଇଛିl କେହି ହାତାହତ ହୋଇ ନାହାନ୍ତି l ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି l ଠିକ ସମୟରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ କାବୁ କରି ଥିବାରୁ ପାଖରେ ଥିବା ଅନ୍ୟ ଘର ବର୍ତ୍ତି ଯାଇଛିl

ଗଙ୍ଗାଧରପାଲିରେ ଭଗବାନ ମହାପାତ୍ରଙ୍କର ମହାପାତ୍ର ନାଁ ରେ ଲେଦ ୱାର୍କ ସପ ରହିଛି l ଆଜି ଅପରାହ୍ନ ପ୍ରାୟ ସାଢେ ବାରଟାରେ କାମ ଚାଲି ଥିବା ବେଳେ ହଠାତ ଗ୍ୟାସ ଲିକ ହୋଇ ନିଆଁ ଲାଗି ଯାଇଥିଲାl ୱାର୍କ ସପରେ କାମ କରୁଥିବା ଚାରି କର୍ମଚାରୀ ବାହାରକୁ ଦୌଡ଼ି ପଳାଇ ଆସିଥିଲେ l

ସମ୍ବନ୍ଧିତ ଖବର