ଜେପିଏସ୍‌ ଉପ୍ରା ବିଦ୍ୟାଳୟରୁ ଚାଉଳ ଚୋରି

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ଜିରାଙ୍ଗ ପଞ୍ଚାୟତ ଭାଲୁହୁଡ଼ିରେ ଥିବା ଜେପିଏସ ଉପ୍ରା ସ୍କୁଲରୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ଚାଉଳ  ଚୋରି କରି ନେଇଛନ୍ତି । ଦୁର୍ବୃତ୍ତମାନେ  ସ୍କୁଲର ତାଲା ଭାଙ୍ଗି ପିଲାଙ୍କ ପାଇଁ ଥିବା ମଧ୍ୟାହ୍ନଭୋଜନ ଚାଉଳରୁ ୩ କୁଇଣ୍ଟାଲ ଚାଉଳ ନେଇଯାଇଛନ୍ତି। ଗ୍ରୀଷ୍ମ ଛୁଟି ପାଇଁ ଏବେ ସ୍କୁଲ ବନ୍ଦ ରହିଛି ।

ସ୍କୁଲର ତାଲା ଭଙ୍ଗା ଯାଇଥିବା ସମ୍ପର୍କରେ ଖବର ପାଇ ସ୍କୁଲ ଶିକ୍ଷା କମିଟିର ସଭାପତି ରତ୍ନାକର ମହାନ୍ତ ସ୍କୁଲକୁ ଯାଇଥିଲେ। ସ୍କୁଲରୁ ୬ ବସ୍ତା ଚାଉଳ ଚୋରି ହୋଇଥିବା ଶିକ୍ଷା କମିଟି ସଭାପତି ଶ୍ରୀ ମହାନ୍ତ ଜଣାଇଛନ୍ତି।

ସମ୍ବନ୍ଧିତ ଖବର