ରଘୁନାଥପୁର ଓ  ବରଗୋଡ଼ା ଗ୍ରାମରେ ରଜ ମହୋତ୍ସବ

ହରିଚନ୍ଦନପୁର:  ହରିଚନ୍ଦନପୁର ପଞ୍ଚାୟତ ରଘୁନାଥପୁର ଓ  ବରଗୋଡ଼ା ଗ୍ରାମରେ   ରଜ ମହୋତ୍ସବ ଜମୁଛି। ଗତକାଲି ରଘୁନାଥପୁର ରଜ ମହୋତ୍ସବକୁ ବ୍ଲକ୍‌ ଅଧ୍ୟକ୍ଷା ସୁନେଲି ନାଏକ, ଉପାଧ୍ୟକ୍ଷ ବିଜୟ କୁମାର ସାହୁ, ସମିତି ସଭ୍ୟ ଦମୟନ୍ତୀ ମୁଣ୍ଡା, ନାଏବ ସରପଞ୍ଚ ନିର୍ମଳ କୁମାର ସାହୁ, ସିଂହବିଲା ୱାର୍ଡ ମେମ୍ବର ରଂଜିତା ସେଠୀ ଓ ରଘୁନାଥପୁର ୱାର୍ଡ ମେମ୍ବର ସବନ ମୁଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। କମିଟି ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରଜ ମହୋତ୍ସବରେ ଦୋଳି ଖେଳ ସାଙ୍ଗକୁ ଛୋଟ ପିଲାଙ୍କ ଡ୍ୟାନ୍ସ ପ୍ରତିଯୋଗିତା, ମହିଳାମାନଙ୍କ ମଧ୍ୟରେ ହୁଳହୁଳି, ଶଙ୍ଖ ଫୁଙ୍କା, ମ୍ୟୁଜିକ ଚେୟାର, ପୁଚି, ଝୋଟି, ମେହେନ୍ଦୀ, ହାଣ୍ଡିପିଟା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।

ଶନିବାର ଉଦ୍‌ଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏଥିସହିତ ଆସନ୍ତାକାଲି ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ମଣ୍ଟୁ ଛୁରିଆଙ୍କ ଗ୍ରୁପ ମେଲୋଡି ପରିବେଷଣ କରିବେ। ଏଥିରେ ମଣ୍ଟୁ ଛୁରିଆଙ୍କ ସମେତ ବୈଦ୍ୟନାଥ ଦାସ, ଶୁଭାଶିଷ ମହାକୁଡ଼, ସମୀରନ ଦାସ ପ୍ରମୁଖ ମେଲୋଡିରେ ସାମିଲ ହେବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି। ବରଗୋଡ଼ା ରଜ ମହୋତ୍ସବରେ ପ୍ରବଳ ଭିଡ଼ ଜମୁଛି। ଏଠାରେ ରଜ ଦୋଳି ସହ ରଜକୁଇନ ପ୍ରତିଯୋଗିତା, ତାସ ଖେଳ, ମହିଳାଙ୍କ ମଧ୍ୟରେ ହୁଳହୁଳି, ଶଙ୍ଖ ଫୁଙ୍କା, ଝୋଟି, ଦଉଡି ଡିଆଁ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆସନ୍ତାକାଲି ଉଦ୍‌ଯାପନୀ ଉତ୍ସବରେ ବିଭନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଏବଂ ରଜକୁଇନକୁ ପୁରସ୍କାର ପ୍ରଦାନ କରାଯିବ। ଏଥିସହିତ ଆସନ୍ତାକାଲି ସନ୍ଧ୍ୟାରେ ଅସୀମା ପଣ୍ଡାଙ୍କ ଗ୍ରୁପ ମେଲୋଡି ପରିବେଷଣ କରିବେ।

ସମ୍ବନ୍ଧିତ ଖବର