ରେଳଦୁର୍ଘଟଣାରେ ମୃତକଙ୍କୁ ଦୀପରେ ଶ୍ରଦ୍ଧାଞ୍ଜଳି

ଜୟପୁର: ବାଲେଶ୍ବର ଜିଲ୍ଲାର ବାହନଗା ଠାରେ ହୋଇଥିବା ମର୍ମନ୍ତୁଦ ରେଳଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ରାଜ୍ୟସ୍ତରୀ ଶୋକ କରାଯାଉଛି।ସେଭଳି  ଏହି ଘଟଣାଟିକୁ ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମାନେ ଏକଜୁଟ ହୋଇ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାସୁମନ ଞାପନ କରିଛନ୍ତି। ଅବିଭକ୍ତ କୋରାପୁଟ ସମାଚାର(ଏକେଏସ୍)  ପକ୍ଷରୁ ସ୍ଥାନୀୟ ରାଜନହର ଛକରେ ଶୋକସଭା ଆୟୋଜନ କରାଯାଇ କ୍ୟାଣ୍ଡଲ ଜାଳି ଅମର ଆତ୍ମା ମାନଙ୍କର ସଦଗତି କାମନା କରାଯାଇଥିଲା।ଏହାକୁ ଏକେଏସ୍ ପକ୍ଷରୁ ମୁଖ୍ୟ ଆଡମିନ୍ ଦେବେନ୍ଦ୍ର ଅଧିକାରୀ ପରିଚାଳନା କରିଥିଲେ।

ସେଭଳି ହିମାଂଶୁ ମହାପାତ୍ରଙ୍କ ପକ୍ଷରୁ ଆଉ ଗୋଟିଏ ଶୋକ ସଭା ଆୟୋଜନ କରି ମୃତଙ୍କ ଉଦେଶ୍ୟରେ ଦୀପ ଦାନ କରାଯାଇଥିଲା। ଉଭୟ କାର୍ଯ୍ୟକ୍ରମରେ ସ୍ବତଃସ୍ପୃତଭାବେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବିଭିନ୍ନବର୍ଗର ‌ମହିଳାଓ ପୁରୁ‌ଷ ଆଦି ଭାଗ ନେଇଥିଲେ।    ସୂଚନା ଅନୁଯାୟୀ, ଗତ କାଲି ସଂଧ୍ୟାରେ ବାଲେଶ୍ବର ବାହନଗା ନିକଟରେ ହୋଇଥିବା ମର୍ମନ୍ତୁଦ କରମଣ୍ଡଳ ଏକ୍ସପ୍ରେସ, ୟଶବନ୍ତପୁର ଏକ୍ସପ୍ରେସ ଓଗୁଡସ୍ ଟ୍ରେନ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ଶତାଧିକ ଲୋକେ  ମରିଯାଇଥିଲେ। ଏବେ ବି ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

 

ସମ୍ବନ୍ଧିତ ଖବର