ଜଳିଗଲା ମିନି ଟ୍ରକ୍‌

ଚମକପୁର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅର୍ନ୍ତଗତ ବାସୁଦେବପୁର ବୈତରଣୀ ନଦୀ ନିକଟରେ ଆଜି ସକାଳେ ଏକ ଚଳନ୍ତା ମିନିଟ୍ରକ୍‌ରେ ହଠାତ୍ ନିଆଁ ଲାଗିଯାଇଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆଜି ସକାଳ ପ୍ରାୟ ୬ଟା ସମୟରେ ୫୨୦ ନମ୍ବର ଜାତୀୟ ରାଜପଥରେ ଯୋଡ଼ାରୁ ରିମୁଳି ଆଡ଼କୁ ଏକ ଲୁହାରଡ୍‌ ବୋଝେଇ ମିନିଟ୍ରକ୍‌ ଯାଉଥିଲା।

ବାସୁଦେବପୁର ବୈତରଣୀ ନଦୀ ନିକଟରେ ହଠାତ୍ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଏ ସମ୍ପର୍କରେ ଜାଣିପାରି ଚାଳକ ଗାଡ଼ିଟିକୁ ରାସ୍ତାକଡ଼ରେ ଅଟକାଇ ଓହ୍ଲାଇ ପଡ଼ିଥିଲେ। ଖବର ପାଇ ବିଲେଇପଦା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଗାଡ଼ିର ସାମ୍ନା ଭାଗ ସଂପୂର୍ଣ୍ଣ ଜଳିଯାଇଛି। ରିମୁଳି ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର