ଡଙ୍ଗାଚୁଆରେ ଅହିରାଜ

ହାଟଡିହି: ହାଟଡିହି ବ୍ଲକ୍‌ ଢେଙ୍କା ପଞ୍ଚାୟତ ଡଙ୍ଗାଚୁଆ ଗ୍ରାମରୁ ଏକ ବିଶାଳ ଅହିରାଜ ସାପ ଉଦ୍ଧାର କରାଯାଇଛି। ଆଜି ସକାଳେ ରଜ ପାଇଁ ଦୋଳି ପକାଇବାକୁ ଡଙ୍ଗାଚୁଆ ଗ୍ରାମର କିଛି ଲୋକ କ‌ାଠ ଆଣିବାକୁ ଯାଇଥିଲେ। ଏକ ତେନ୍ତୁଳିଗଛରେ ବିରାଟ ସାପ ଥିବା ଦେଖି ଭୟଭୀତ ହୋଇ ପଳାଇ ଆସିବା ସହ ତୁରନ୍ତ ବନ ବିଭାଗକୁ ଜଣାଇଥିଲେ।

ଭଦ୍ରକର ସାପ ଧରାଳି ସେକ୍‌ ମିର୍ଜାଙ୍କୁ ଖବର ଦିଆଯାଇଥିଲା। ସେ ତୁରନ୍ତ ପହଞ୍ଚି ବନ ବିଭାଗ ସହଯୋଗରେ ୧୫ ଫୁଟ ଲମ୍ବ ବିଶିଷ୍ଟ ଅହିରାଜ ସାପକୁ ଉଦ୍ଧାର କରି ହଦଗଡ଼ ଜଙ୍ଗଲରେ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର