ଓସ୍କାର ପୁରସ୍କାରରେ ବର୍ଣ୍ଣ ବୈଷମ୍ୟ

ବିଜନ କୁମାର ମହାପାତ୍ର

ବିଶ୍ବର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ଭାବେ ପରିଚିତ ଏକାଡେମୀ ବା ଓସ୍କାର ପୁରସ୍କାରର ୯୧ତମ ସ˚ସ୍କରଣ ଗତକାଲି ହଲିଉଡ୍‌ର ‘ଡୋଲ୍‌ବି ଥିଏଟର‌୍‌’ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରେଷ୍ଠ ଅଭିନେତ୍ରୀ ବର୍ଗରେ ଏହି ସମ୍ମାନ ହାସଲ କରିବେ ବୋଲି ସମସ୍ତେ ଯେଉଁ ଅଭିନେତ୍ରୀଙ୍କ କଥା କହୁଥିଲେ, ସେହି ସିନ୍ଥିିଆ ଏରିଭୋ(ଚଳଚ୍ଚିତ୍ର ହାରିଏଟ୍‌ ଲାଗି) ଏହା ପାଇ ନ ଥିବାରୁ ସମାଲୋଚନାର ମୃଦୁ ଗୁ˚ଜରଣ ଶୁଣିବାକୁ ମିଳୁଛି। କାରଣ, ଏରିଭୋ ଜଣେ କୃଷ୍ଣକାୟ ଅଭିନେତ୍ରୀ; ଏଣୁ ଏ ପ୍ରସଙ୍ଗରେ ପ୍ରଶ୍ନ ପଚରାଯିବାରେ ଲାଗିଛି ଯେ ଓସ୍କାର ପୁରସ୍କାର ଲାଗି ମନୋନୟନ ବେଳେ ବର୍ଣ୍ଣ ବୈଷମ୍ୟଜନିତ ପକ୍ଷପାତିତା ପ୍ରଦର୍ଶନ କରାଯାଉଛି କି? ଅବଶ୍ୟ, ବିଭିନ୍ନ ସମୟରେ ଅଭିଯୋଗ ଆସିଥାଏ ଯେ ଏକାଡେମୀ ଦ୍ବାରା ଯୋଗ୍ୟ ଚଳଚ୍ଚିତ୍ର ଓ ବ୍ୟକ୍ତିତ୍ବଙ୍କୁ ଉପେକ୍ଷା କରାଯାଇଛି। ଅନେକ ସମୟରେ ଅଭିଯୋଗ ଉଠିଛି ଯେ ଏକାଡେମୀ ନିଜକୁ ସୁହାଉଥିବା ଓ ନିର୍ଦ୍ଦିଷ୍ଟ ରାଜନୈତିକ ଚିନ୍ତାଧାରା ପ୍ରତିଫଳିତ ହେଉଥିବା ଚଳଚ୍ଚିତ୍ରକୁ ସ୍ବୀକୃତି ପ୍ରଦାନ କରିଛି। ସେହି ଦୃଷ୍ଟିରୁ ଏହି ପୁରସ୍କାରକୁ ନେଇ ବର୍ଣ୍ଣ ବୈଷମ୍ୟବାଦର ଆରୋପ ବେଶ୍‌ ପୁରୁଣା।

ଓସ୍କାର ପୁରସ୍କାର ଜିଣିଥିବା ପ୍ରତିଭାବାନଙ୍କ ତାଲିକାରେ କୃଷ୍ଣକାୟଙ୍କ ସ˚ଖ୍ୟା ନଗଣ୍ୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ହଲିଉଡ୍‌ ସିନେମାର ମୁଖ୍ୟ ନାୟିକା ଭାବେ ଓସ୍କାର(୨୦୦୨) ଲାଭ କରିଥିବା ପ୍ରଥମ କୃଷ୍ଣକାୟ ଅଭିନେତ୍ରୀ ଥିଲେ ହାଲେ ବେରି। ସେ ଅଭିନୟ କରିଥିବା ସିନେମାର ନାମ ଥିଲା ‘ମନଷ୍ଟର୍ସ ବଲ୍‌’। ତେବେ, ଯାହା ଆଶ୍ଚର୍ଯ୍ୟ କରିଥାଏ, ତାହା ହେଲା ଆମେରିକାରେ କଳା-ଗୋରା ଭେଦଭାବ ଚରମ ସୀମାରେ ଥିଲା ବେଳେ କୃଷ୍ଣକାୟ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ଏକଡେମୀ ପୁରସ୍କାର ଲାଗି ନାମାଙ୍କନ କରାଯାଉଥିଲା। ୧୯୩୯ରେ କ୍ଲାସିକ ସିନେମା ‘ଗନ୍‌ ଵିଥ୍‌ ଦ ଵିଣ୍ତ୍‌’ରେ ଚମତ୍କାର ଅଭିନୟ ପାଇଁ ହାଟି ମ୍ୟାକଡାନିଏଲଙ୍କୁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ଭାବେ ଓସ୍କାର ମିଳିଥିଲା। ଏହା ତତ୍କାଳୀନ ଆମେରିକୀୟ ରକ୍ଷଣଶୀଳ ସମାଜରେ ଗଭୀର ଆଲୋଡନ ସୃଷ୍ଟି କରିଥିଲା ମଧୢ। କିନ୍ତୁ କୃଷ୍ଣକାୟ ହୋଇଥିବାରୁ ମ୍ୟାକଡାନିଏଲଙ୍କୁ ପୁରସ୍କାର ପ୍ରଦାନ ଉତ୍ସବକୁ ନିମନ୍ତ୍ରଣ କରାଯାଇ ନଥିଲା। ସେହିଭଳି ‘ଲିଲିଜ୍‌ ଅଫ୍‌ ଦ ଫିଲ୍‌ଡ’ ସିନେମାରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇ ଓସ୍କାର ଜିଣିଥିବା ପୋଇଟିଏର୍‌ ଏକ ଇତିହାସ ସୃଷ୍ଟି କରିଥିଲେ। ବୟାନବେଟି ଏକାଡେମୀ ପୁରସ୍କାର ସମାରୋହରେ ଏ ପର୍ଯ୍ୟନ୍ତ ମାତ୍ର ୧୯ ଜଣ କୃଷ୍ଣକାୟ ସେମାନଙ୍କ ଅଭିନୟ ଲାଗି ଓସ୍କାର ଜିତିଛନ୍ତି। ଯେଉଁ ଚାରି ଜଣ କୃଷ୍ଣକାୟ ପୁରୁଷ ଅଭିନେତା ଓସ୍କାର ଜିଣିଛନ୍ତି ସେମାନେ ହେଲେ ପୋଇଟିଏର‌୍‌, ଡେନଜିଲ୍‌ ଵାସି˚ଟନ୍‌, ଜାମି ଫକ୍ସ ଓ ଫରେଷ୍ଟ ହ୍ବିଟକେର‌୍‌। କିନ୍ତୁ, ଏ ପର୍ଯ୍ୟନ୍ତ କୌଣସି କୃଷ୍ଣକାୟ ନିର୍ଦ୍ଦେଶକଙ୍କୁ ଓସ୍କାର ମିଳିନାହିଁ। ଏହି ପ୍ରସଙ୍ଗରେ ବହୁ ଚମତ୍କାର ସିନେମା ନିର୍ମାଣ କରିଥିବା ସ୍ପାଇକ୍‌ ଲି’ଙ୍କୁ ଏକାଡେମୀ ବାରମ୍ବାର ଉପେକ୍ଷା କରୁଥିବାର ଅଭିଯୋଗ ହେଉଛି। ୧୯୯୦ରୁ ଗଲା ବର୍ଷ ପର୍ଯ୍ୟନ୍ତ ସେ ବାରମ୍ବାର ଓସ୍କାର ଲାଗି ନାମାଙ୍କିତ ହୋଇ ଆସୁଥିଲେ ସୁଦ୍ଧା ଗୋଟିଏ ଥର ମଧୢ ପୁରସ୍କାର ଲାଭ କରି ପାରିିନାହାନ୍ତି। ଆଉ ଏ ଯାଏଁ କେବଳ ଜଣେ ମାତ୍ର କୃଷ୍ଣକାୟ ଶ୍ରେଷ୍ଠ ଫିଲ୍ମ ଲାଗି ପ୍ରଯୋଜନା ଓସ୍କାର ଜିତିଛନ୍ତି। ସେହି ସିନେମାର ନାମ ଥିଲା ‘ଟୁଏଲ୍‌ଭ ଇଅର ଏ ସେଭ୍‌’ (୨୦୧୩)।

ଏବେ ଏକାଡେମୀରେ ଭୋଟି˚ ଅଧିକାର ଥାଇ ଥିବା କୃଷ୍ଣକାୟ ସଦସ୍ୟଙ୍କ ସ˚ଖ୍ୟା ବୃଦ୍ଧି ପାଇଥିଲେ ମଧୢ କୃଷ୍ଣକାୟ ପ୍ରତିଭାଙ୍କୁ ଉପେକ୍ଷିତ କରାଯାଉଥିବାର କ୍ରମ ଜାରି ରହିଛି। ଏଥିରେ ପରିବର୍ତ୍ତନ ନ ଆସିଲେ ହଲିଉଡ୍‌ ଚଳଚ୍ଚିତ୍ର ସହ ସ˚ପୃକ୍ତ ତଥା ବିଶ୍ବର ସର୍ବଶ୍ରେଷ୍ଠ ସ୍ତରର ଅନେକ ଅତ୍ୟନ୍ତ ପ୍ରତିଭାଧାରୀ କୃଷ୍ଣକାୟମାନେ ଏକ ସମ୍ମାନଜନକ ଆନୁଷ୍ଠାନିକ ସ୍ବୀକୃତି ପାଇବାରୁ ବଞ୍ଚିତ ହେବେ।

ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ
ବ୍ରହ୍ମପୁର-୮

ସମ୍ବନ୍ଧିତ ଖବର