ତାମିଲ ଫିଲ୍ମ ନିର୍ମାତା ପରିଷଦକୁ ଜୋର ଜବରଦସ୍ତ ପଶିବା ପାଇଁ ଚେଷ୍ଟା କରୁଥିବାରୁ ଗିରଫ ହେଲେ ତାମିଲ ସୁପରଷ୍ଟାର ବିଶାଲ

ଚେନ୍ନାଇ : ତାମିଲ ଫିଲ୍ମ ନିର୍ମାତା ପରିଷଦକୁ ଜୋର ଜବରଦସ୍ତ ପଶିବା ପାଇଁ ଚେଷ୍ଟା କରୁଥିବାରୁ ତାମିଲ ଫିଲ୍ମର ସୁପରଷ୍ଟାର ବିଶାଲ କ୍ରିଷ୍ଣାଙ୍କୁ ଗିରଫ କରାଯାଇଛି । ଏହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି । ବୁଧବାର ବିଶାଲଙ୍କ ଇସ୍ତଫା ଦାବି କରି ଜଣେ ପ୍ରଯୋଜକ ତାମିଲ ଫିଲ୍ମ ନିର୍ମାତା ପରିଷଦରେ ତାଲା ପକାଇ ଦେଇଥିବା ବେଳେ ଗୁରୁବାର ବିଶାଲ ଏହି ତାଲାକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ । ତାମିଲ ଫିଲ୍ମ ନିର୍ମାତା ପରିଷଦରେ ଥିବା ପ୍ରଯୋଜକମାନଙ୍କ ମଧ୍ୟରୁ କିଛି ପ୍ରଯୋଜକ ବିଶାଲଙ୍କ ବିରୋଧରେ ଅଭିଯୋଗ ଆଣି ତାଙ୍କୁ ଇସ୍ତଫା ଦେବା ପାଇଁ କହିଥିଲେ । କିନ୍ତୁ ବିଶାଲ ରାଜି ନ ହେବାରୁ ସେମାନେ ତାମିଲ ଫିଲ୍ମ ନିର୍ମାତା ପରିଷଦରେ ତାଲା ପକାଇ ଦେଇଥିଲେ ।

The Hindu

ସୂଚନା ମୁତାବକ, ତାମିଲ ଫିଲ୍ମ ନିର୍ମାତା ପରିଷଦ ରଖାଯାଇଥିବା ରାଶିକୁ ଭୁଳ ବାଟରେ ଖର୍ଚ୍ଚ କରାଯାଉଥିବା ବେଳେ ପ୍ରତିଶ୍ରୁତି ପୂରଣ ହୋଇ ପାରୁ ନାହିଁ ବୋଲି ଅଭିଯୋଗ କରିଥିଲେ । ଏହା ସହ ବିଶାଲ ତାମିଲ ଫିଲ୍ମ ନିର୍ମାତା ପରିଷଦର ଅଧ୍ୟକ୍ଷ ହୋଇଥିବାରୁ ତାଙ୍କୁ ଅଫିସ ଭିତରକୁ ନ ଆସିବା ପାଇଁ ବିରୋଧ କରି ତାଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ । ଏ ଖବର ପାଇଁ ବିଶାଲ ଏବଂ ତାଙ୍କ ସମର୍ଥକ ଗୁରୁବାର ସକାଳେ ତାମିଲ ଫିଲ୍ମ ନିର୍ମାତା ପରିଷଦରେ ପହଞ୍ଚି ପଡ଼ିଥିବା ତାଲାକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ, ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା ।

ସମ୍ବନ୍ଧିତ ଖବର