ତୈମୁରଙ୍କ ବିବାହକୁ ନେଇ ବଡ଼ ଖୁଲାସା : ୨୦ବର୍ଷ ପରେ ଏହି ପରିବାରର ଝିଅ ହେବ କରୀନାଙ୍କ ବୋହୂ

ମୁମ୍ବାଇ : ଦୁଇ ବର୍ଷର ହୋଇ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟକ୍କର ଦେବା ଆରମ୍ଭ କରିଛନ୍ତି ସୈଫ୍‌-କରୀନାଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ! କୌଣସି ଫିଲ୍ମ ସାଇନ୍‌ ନ କରି ମଧ୍ୟ ତାଙ୍କର କ୍ରେଜ୍‌ ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ତାଙ୍କର ଗୋଟିଏ ଗୋଟିଏ ଫଟୋ ୧୫୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତୈମୁର ଟଏ ମଧ୍ୟ ବାହାର କରାଯାଇଛି । ତେବେ ନିକଟ ଅତୀତରେ ଏହି ସବୁ ଜିନିଷ ପାଇଁ ତୈମୁର ଚର୍ଚ୍ଚାରେ ରହିଥିବା ବେଳେ ଏବେ ନିଜ ବିବାହକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି ।

YouTube

ଆଜ୍ଞା ହଁ! ବଲିଉଡ୍‌ର ଜଣେ ସେଲିବ୍ରିଟି ତୈମୁରଙ୍କୁ ନିଜ ଜ୍ୱାଇଁ କରିବା ପାଇଁ ମନ ବନାଇ ନେଇଥିବା ଜଣା ପଡ଼ିଛି । ବଲିଉଡ୍‌ର ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ତୈମୁରଙ୍କୁ ନିଜ ଜ୍ୱାଇଁ କରିବାକୁ ଚାହୁଁଥିବା ଜଣାପଡ଼ିଛି । କରଣ ନିଜ ଝିଅ ରୁହି ସହିତ ତୈମୁରଙ୍କ ବିବାହ କରିବେ ବୋଲି ମନସ୍ଥ କରିଛନ୍ତି । କରୀନା ଏବଂ କରଣ ଦୁହେଁ ଭଲ ସାଙ୍ଗ ହୋଇଥିବା ବେଳେ ରୁହି ଏବଂ ତୈମୁରଙ୍କ ସବୁବେଳେ ଏକା ସାଙ୍ଗରେ ଖେଳୁଥିବାର ଦେଖାଯାଇଥାଏ । ଦୁହିଁଙ୍କୁ ଦେଖିବା ପରେ କରଣଙ୍କ ମନରେ ଏଭଳି ଭାବନା ଆସିଥିଲା, ଯାହା ସେ କରୀନାଙ୍କୁ ଜଣାଇଥିଲେ । ଏ ନେଇ ସେ ରୁହିକୁ ତୈମୁରଙ୍କୁ ଭାଇ ଡ଼ାକିବା ପାଇଁ ମଧ୍ୟ ମନା ମଧ୍ୟ କରିଥିବା ଜଣାପଡ଼ିଛି । ତେବେ ତୈମୁର କାହା ଘର ଜ୍ୱାଇଁ ହେବେ ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର