ଅନୁଷ୍କା ଶର୍ମାଙ୍କ ‘ବାର୍ଥ ଡେ’ରେ କ’ଣ ଉପହାର ଦେଲେ ବିରାଟ କୋହଲୀ

ମୁମ୍ବାଇ: ଆଜି ବଲିଉଡ୍‌ ଆକ୍ଟ୍ରେସ୍‌ ଅନୁଷ୍କା ଶର୍ମା ନିଜର ୩୦ତମ ଜନ୍ମ ଦିବସ ପାଳନ କରୁଛନ୍ତି। ତାଙ୍କର ଫ୍ୟାନ୍‌ମାନେ ଅନୁଷ୍କାଙ୍କୁ ପ୍ରେମଭରା ମେସେଜ୍‌ ପଠାଇ ତାଙ୍କୁ  ଖୁସ୍‌ କରିଛନ୍ତି। ତେଣେ ଅନୁଷ୍କାଙ୍କ ସ୍ୱାମୀ କ୍ରିକେଟର୍‌ ବିରାଟ କୋହଲୀ ବି ସେଥିରେ କଂଜୁସି କରି ନାହାନ୍ତି।

ଏଣେ ଆପଣମାନେ ଭାବୁଥିବେ କୋହଲୀ ତାଙ୍କର ପତ୍ନୀ ଅନୁଷ୍କାଙ୍କୁ କି ଉପହାର ଦେଲେ।  ପ୍ରକୃତରେ ବିରାଟ କୋହଲୀ ଅନୁଷ୍କା ଶର୍ମାଙ୍କ ପାଇଁ ଏକ ସରପ୍ରାଇଜ୍‌ କେକ୍‌ ମଗାଇଥିଲେ। ତା’କୁ ସେ ନିଜ ହାତରେ ପତ୍ନୀ ଅନୁଷ୍କାଙ୍କୁ ଖୁଆଇଛନ୍ତି। କୋହଲୀ ତାଙ୍କର ଇନ୍‌ଷ୍ଟାଗ୍ରାମରେ ଏକ ସୁନ୍ଦର ମେସେଜ୍‌ ବି ସେୟାର୍‌ କରିଛନ୍ତି। ସେ ଲେଖିଛନ୍ତି-‘ହାପି ବାର୍ଥ ଡେ ମାଇଁ ଲଭ୍‌ ଦ ମୋଷ୍ଟ ପଜିଟିଭ୍‌ ଆଣ୍ଡ୍‌ ଅନେଷ୍ଟ ପରସନ୍‌ ନୋ, ଲଭ ୟୁ, ।

photo-bollywood bhaskar,com

ବିବାହପରେ ଏହା ହେଉଛି ଅନୁଷ୍କାଙ୍କର ପ୍ରଥମ ଜନ୍ମ ଦିନ। ଏହି ଫଟୋରୁ ଅନୁଷ୍କା ବହୁତ ଖୁସି ଥିବା ନଜର ଆସୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଅନୁଷ୍କା  ଶର୍ମାଙ୍କ ହାତରେ ଏବେ ରହିଛି ତିନିଟି ସିନେମା। ଏଥିମଧ୍ୟରୁ ଗୋଟିଏ ହେଲା ‘ସୁଇ ଧାଗା’, ଆରଟି ‘ଜିରୋ’ ଓ ତୃତୀୟଟି ‘ସଂଜୁ’ । ପ୍ରଥମଟିରେ ବରୁଣ ଧଓ୍ଵନ୍‌ , ଦ୍ୱିତୀୟଟିରେ ଶାହାରୁଖ୍‌ ଖାନ୍‌ ଓ ତୃତୀୟଟିରେ ରଣବୀର କପୁରଙ୍କ ସହ ନଜର ଆସିବେ ଅନୁଷ୍କା ଶର୍ମା। ଏସବୁ ସିନେମା ଚଳିତ ବର୍ଷ ପରଦାକୁ ଆସିବ ବୋଲି ଜଣାଯାଇଛି। ସେ ଆଦିତ୍ୟ ଚୋପ୍ରାଙ୍କ ‘ରବନେ ବନାଦି ଯୋଡି’ ସିନେମା ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର