ଦୁଇଝିଅଙ୍କ ସହ ବୋନି କାହିଁକି ହରିଦ୍ୱାର ଯିବେ ଜାଣନ୍ତୁ

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀବେଦୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମେତ ବଲିଉଡ୍‌କୁ ଶକ୍ତ ଧକ୍କା ଲାଗିଥିଲା। ଶ୍ରୀବେଦୀଙ୍କ ଆକସ୍ମିକ ମୃତ୍ୟୁ ବୋନି କପୁରଙ୍କୁ ସ୍ତବ୍ଧ କରି ଦେଇଥିଲା। କେବଳ ବୋନି ନୁହେଁ ତାଙ୍କର ଦୁଇ ଝିଅ ଜାହ୍ଵବୀ ଓ ଖୁସି ବି ମା’କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଗତ ସପ୍ତାହରେ ରାମେଶ୍ୱରରେ ଶ୍ରୀଦେବୀଙ୍କ ଅସ୍ତି ବିସର୍ଜନ ପରେ ବୋନି ଖୁବ୍‌ ଶୀଘ୍ର ହରିଦ୍ୱାର ଯିବେ ବୋଲି ଶୁଣିବାକୁ ମିଳିଛି। ଏଠାରେ ସେ ଶ୍ରୀଦେବୀଙ୍କ ଆତ୍ମକୁ ଶାନ୍ତି ଦେବା ପାଇଁ ପାଇଁ ପ୍ରାର୍ଥନା କରିବାକୁ ଯିବେ।

ପ୍ରକାଶିକ ଖବର ଅନୁଯାୟୀ, ହରିଦ୍ୱାରରେ ପ୍ରାର୍ଥନାର ଆୟୋଜନ କରିବା ହିନ୍ଦୁମାନଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପରମ୍ପରା ରହିଛି। ବିଶେଷ କରି ଉତ୍ତର ଭାରତର ଲୋକମାନେ ଏପରି କରିଥାଆନ୍ତି। ବୋନି ଏହି ପବିତ୍ର ସ୍ଥାନରେ ପତ୍ନୀ ଶ୍ରୀଦେବୀଙ୍କ ଆତ୍ମାକୁ ଶାନ୍ତି ଦେବାକୁ ପୂଜା କରିବେ। ଚେନ୍ନାଇରେ ବି ଶ୍ରୀବେଦୀଙ୍କ ଆତ୍ମାର ଶାନ୍ତି ପାଇଁ ପୂଜାର ଆୟୋଜନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଶ୍ରୀବେଦୀଙ୍କ ମୃତ୍ୟୁ ଦୁର୍ଘଟଣାବଶତଃ ପାଣିରେ ବୁଡି ଯିବା ହେତୁ ହୋଇଥିଲା। ଫେବ୍ରୁଆରି ୨୭ ତାରିଖରେ ତାଙ୍କର ପାର୍ଥବ ଶରୀରକୁ ମୁମ୍ବାଇ ଅଣାଯାଇଥିଲା। ଫେବ୍ରୁଆରି ୨୮ ତାରିଖରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ବେଳେ ମାର୍ଚ୍ଚ ୪ରେ ରାମେଶ୍ୱରରେ ଶ୍ରୀଦେବୀଙ୍କ ଅସ୍ତି ବିସର୍ଜନ ହୋଇଥିଲା। ଏହି ସମୟରେ ସ୍ୱାମୀ ବୋନିଙ୍କ ସହିତ ତାଙ୍କ ଦୁଇଝିଅ ବି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର