ଅଭିନେତ୍ରୀ ଜାକଲିନଙ୍କ ସହ ପ୍ରେମ ସଂପର୍କ ରଖିଥିଲେ ସୁକେଶ !

ମୁମ୍ବାଇ: ଶହଶହ କୋଟି ଟଙ୍କାର ଅର୍ଥ ହେରଫେର ଓ ଠକେଇ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଫଟୋ ଭାଇରାଲ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନଜରକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ। ଠକେଇ ମାମଲାରେ ତାଙ୍କୁ ପଚରାଉଚରା କରାଯିବା ପରେ ଅନେକ ଘଟଣା ଉପରୁ ପରଦା ହଟିଥିଲା। ପୂର୍ବରୁ ଦୁହିଁଙ୍କ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଏବେ ସୁକେଶଙ୍କ ଓକିଲ ବଡ଼ ଖୁଲାସା କରିଛନ୍ତି। ସୁକେଶ ଜାକଲିନଙ୍କ ସହ ପ୍ରେମ ସଂପର୍କରେ ଥିଲେ ବୋଲି କହିଛନ୍ତି ସୁକେଶଙ୍କ ଓକିଲ ଅନନ୍ତ ମଲିକ।

ତାଙ୍କ କହିବା ମୁତାବକ, ସୁକେଶ ଏବେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ଏବେଠୁ ତାଙ୍କୁ କନମ୍ୟାନ ବା ଠକ କହିବା ଠିକ ହେବନି। ଜାକଲିନଙ୍କ ସହ ସୁକେଶଙ୍କର ସଂପର୍କ ଥିଲା। ହେଲେ ଅପରାଧିକ ମାମଲା ସହ ତାଙ୍କର ବ୍ୟକ୍ତିଗତର କୌଣସି ସମ୍ପର୍କ ନାହିଁ।

Was Jacqueline Fernandez dating conman Sukesh Chandrasekhar? Loved-up photo  of actress reignites controversy

ତେବେ ଏହା ପୂର୍ବରୁ ଅଭିନେତ୍ରୀଙ୍କ ବିରୋଧରେ ଇଡି ଲୁକଆଉଟ ନୋଟିସ ଜାରି କରିସାରିଛି। ଏହି କାରଣରୁ ଜାକଲିନଙ୍କ ବିଦେଶ ଯିବାକୁ ନେଇ ପ୍ରତିବନ୍ଧକ ଲାଗିଛି। କିଛି ଦିନ ତଳେ ଜାକଲିକ ଇଡିଙ୍କୁ ଏହି ନୋଟିସ କୋହଳ କରିବାକୁ କହିଥିଲେ। କିନ୍ତୁ ଇଡି ଏହାକୁ ନେଇ ସ୍ପଷ୍ଟ ଭାବେ ମନା କରି ଦେଇଥିଲେ।

ଜାକଲିନ ଇଡିଙ୍କୁ ଅନୁରୋଧ କରିଥିଲେ କି, ତାଙ୍କ ବିରୋଧରେ ଜାରି ହୋଇଥିବା ଲୁକଆଉଟ ନୋଟିସକୁ ହଟାଇ ଦିଆଯାଉ। କାରଣ କାମ ପାଇଁ ସେ ଅନେକ ଲୋକଙ୍କୁ  ପ୍ରତିଶ୍ରୃତି ଦେଇଛନ୍ତି। ତେଣୁ ତାଙ୍କୁ ଭାରତ ବାହାରକୁ ଯିବା ନିହାତି ଦରକାର।

ସମ୍ବନ୍ଧିତ ଖବର