ଦୀପିକା ପାଦୁକୋନ୍ଙ୍କୁ ସମର୍ଥନ କଲେ ନାହିଁ କଙ୍ଗନା , କାରଣ ଜାଣନ୍ତୁ
ମୁମ୍ବାଇ:ଲୋକପ୍ରିୟ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ବିବାଦୀୟ ସିନେମା ‘ପଦ୍ମାବତୀ’ରେ ରାଣୀ ପଦ୍ମାବତୀ ଭୂମିକାରେ ଅଭିନୟ କରିଥିବା ବଲିଉଡର ହଟ୍ ହିରୋଇନ୍ ଦୀପିକା ପାଦୁକୋନ୍ଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଏବଂ ତାଙ୍କୁ ସୁରକ୍ଷା ଦେବାଲାଗି ବରିଷ୍ଠ ଅଭିନେତ୍ରୀ ଶବାନା ଆଜମୀ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଅର୍ଜି ପଠାଇବାର ପ୍ରୟାସ ଆରମ୍ଭ କରିଛନ୍ତି। ସେ ଏହି ପତ୍ରରେ ବିଭିନ୍ନ ବଲିଉଡ ସେଲିବ୍ରିଟିଙ୍କ ସମର୍ଥନ ହାସଲ ଲାଗି ସେଥିରେ ଦସ୍ତଖତ ଦେବାକୁ ନିବେଦନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପତ୍ର ଯେତେବେଳେ ବଲିଉଡର କୁଇନ୍ କଙ୍ଗନା ରାନାଓ୍ତଙ୍କ ପାଖକୁ ପଠାଗଲା ସେ ସେଥିରେ ଦସ୍ତଖତ କରିବାକୁ ମନା କରିଛନ୍ତି। ସେ ସିଧାସଳଖ ଦୀପିକା ପାଦୁକୋନ୍ଙ୍କୁ ସମର୍ଥନ ଦେବାକୁ ପ୍ରସ୍ତୁତ ନୁହନ୍ତି ବୋଲି କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଉଭୟଙ୍କ ମଧ୍ୟରେ ସଂପର୍କ ଭଲ ନାହିଁ,କାରଣ ଯେତେବେଳେ ‘ହାପି ନ୍ୟୁଇୟର୍’ ସିନେମା ଲାଗି ଦୀପିକା ଆଓ୍ଵାର୍ଡ ପାଇଥିଲେ ସେତେବେଳେ ସେ ଏହାକୁ କଙ୍ଗନାଙ୍କର ‘କୁଇନ’ ଫିଲ୍ମର ପରଫରମାନସକୁ ଉତ୍ସର୍ଗ କରିଥିଲେ। ଏହାକୁ ସହଜଭାବେ ଗ୍ରହଣ କରି ନଥିଲେ କଙ୍ଗନା୧ ସେ କହିଥିଲେ ଯେ ଯଦି ଦୀପିକା ତାଙ୍କ ଅଭିନୟର ପ୍ରଶଂସା କରିଥାନ୍ତେ ତେବେ ତାହା ଭଲ ହୋଇଥାନ୍ତା।
ଏବେ ଦୀପିକାଙ୍କ ଏକ୍ସ ବୟଫ୍ରେଣ୍ଡ ନିହାର ପାଣ୍ଡ୍ୟା କଙ୍ଗନାଙ୍କ ନୂଆ ସିନେମା ‘ମଣିକର୍ଣ୍ଣିକା’ରେ ଅଭିନୟ କରୁଛନ୍ତି। ଖାଲି ସେତିକି ନୁହେଁ ଯେ ରିତିକ୍ ରୋଶନଙ୍କ ସହ ଆଇନର ଲଢ଼େଇ ଲଢ଼ୁଥିବା ବେଳେ ତାଙ୍କୁ କେହି ସମର୍ଥନ କରି ନଥିବା ହେତୁ କଙ୍ଗନା କ୍ଷୋଭ ପ୍ରକାଶ କରିବା ସହ ଏଭଳି ପଦକ୍ଷେପ ନେଇଛନ୍ତି।