ନଭେମ୍ବର ୨୪ରେ ଆସିବ କପିଲ୍‌ ଶର୍ମାଙ୍କ ‘ଫିରଙ୍ଗୀ’

ମୁମ୍ବାଇ: ଚଳିତବର୍ଷର ଅନ୍ୟତମ ବହୁ ଆକାଂକ୍ଷିତ ଚଳଚ୍ଚିତ୍ର ଜଣାଶୁଣା କମେଡିଆନ କପିଲ ଶର୍ମାଙ୍କ ଅଭିନୀତ ‘ଫିରଙ୍ଗୀ’ର ରିଲିଜ୍‌ ତାରିଖ ଘୋଷଣା ହୋଇଛି। ପ୍ରଯୋଜନା ସଂସ୍ଥା ଅନୁସାରେ ‘ଫିରଙ୍ଗୀ’ ନଭେମ୍ବର ୨୪ରେ ପର୍ଦାକୁ ଆସିବ।

ବୁଧବାର ଏ ସଂପର୍କିତ ସୂଚନା ଦେଇ ଜଣାଶୁଣା ବଲିଉଡ୍‌ ଫିଲ୍ମ କ୍ରିଟିକ୍‌ ତରନ୍‌ ଆଦର୍ଶ କହିଛନ୍ତି ଯେ ‘ଫିରଙ୍ଗୀ’ର ଟ୍ରେଲର୍‌ ଫିଲ୍ମ ରିଲିଜର ଠିକ୍‌ ମାସକ ପୂର୍ବରୁ ରିଲିଜ୍‌ ହେବ। ଅର୍ଥାତ ଅକ୍ଟୋବର ୨୪ ତାରିଖ ଦିନ ‘ଫିରଙ୍ଗୀ’ର ଟ୍ରେଲର୍‌ ୟୁଟ୍ୟୁବ୍‌ରେ ଲଞ୍ଚ୍‌ ହେବ।

ସମ୍ବନ୍ଧିତ ଖବର