ଏହି ଅଭିନେତ୍ରୀଙ୍କୁ ପସନ୍ଦ କରୁଥିଲେ କରଣ, ସେ ଏବେ ଜଣେ ବଡ଼ ‌ଷ୍ଟାର୍‌ଙ୍କ ପତ୍ନୀ

ନୂଆଦିଲ୍ଲୀ: ୧୯୯୮ ମସିହାରେ ରୋମାଣ୍ଟିକ୍‌-କମେଡି-ଡ୍ରାମା ‘କୁଛ୍‌ କୁଛ୍‌ ହୋତା ‌ହୈ’ ଚଳଚ୍ଚିତ୍ର ଜରିଆରେ ନିଜର କ୍ୟାରିୟର୍‌ ଆରମ୍ଭ କରିଥିଲେ ସିନେ ନିର୍ମାତା କରଣ ଜୋହର। ଫିଲ୍ମଟି ଏକ ବଡ଼ ହିଟ୍‌ ହୋଇଥିବା ବେଳେ କରଣଙ୍କୁ ନିଜ କ୍ୟାରିୟର ଆଗକୁ ବଢ଼ାଇବାର ସବୁଜ ସଂକେତ ମିଳିଥିଲା। ପରେ କରଣ ଅନେକ ଗୁଡ଼ିଏ ହିଟ୍‌ ଫିଲ୍ମ ଦେଇଛନ୍ତି। ‘କଭି ଖୁସି କଭି ଗମ୍‌’ରୁ ନେଇ ‘କଭି ଅଲବିଦା ନା କେହନା’, ‘ମାଇଁ ନେମ୍‌ ଇଜ୍‌ ଖାନ୍‌’, ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟର୍‌’, ‘ୟେ ଦିଲ୍‌ ହୈ ମୁସ୍‌କିଲ୍‌’ ଆଦି ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଭେଟି ଦେଇଛନ୍ତି କରଣ।

 

ଆପଣ ଜାଣିଥିବେ ନିଶ୍ଚୟ ଯେ କରଣ ଏଯାଏ ବିବାହ କରିନାହାନ୍ତି। ସେ ତାଙ୍କର ଦୁଇ ପିଲା ରୁହି ଜୋହର ଓ ୟଶ୍‌ ଜୋହରଙ୍କର ସିଙ୍ଗ୍‌ଲ ପ୍ୟାରେଣ୍ଟ୍‌। ସେ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୋଲି କରି କଥା ହୋଇଥାନ୍ତି। ନିକଟରେ ସେ ନିଜ ସଂପର୍କରେ ଆହୁରି ଏକ ଗୁରୁତ୍ବପୂର୍ଣ୍ଣ ଖୁଲାସା କରିଛନ୍ତି। ସେ ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ ସେ ଜଣେ ଅଭିନେତ୍ରୀଙ୍କୁ ଖୁବ୍‌ ପସନ୍ଦ କରୁଥିଲେ। ଏପରିକି ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସେହି ଅଭିନେତ୍ରୀ ଏବେ ଜଣେ ବଡ଼ ଷ୍ଟାର୍‌ଙ୍କ ପତ୍ନୀ। ସେ ଅଭିନେତ୍ରୀ ହେଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ଅଭିନେତ୍ରୀ କରୀନା କପୁର। କରଣ ନିକଟରେ କରୀନାଙ୍କୁ ଗୋଟାଏ ସମୟରେ ପସନ୍ଦ କରୁଥିବା କଥା ନିଜ ମୁହଁରେ ସ୍ବୀକାର କରିଛନ୍ତି।

 

ସମ୍ବନ୍ଧିତ ଖବର