ସାବତ ଭଉଣୀ ଅଂଶୁଲାଙ୍କୁ ନେଇ ଭାବବିହ୍ଵଳ ହେଲେ ଜାହ୍ନବୀ କପୁର: ଲେଖିଲେ ତୁମେ ଭାବି ପାରିବନି…ମୁଁ ତୁମକୁ କେତେ ଭଲପାଏ !

ମୁମ୍ବାଇ : ସାବତ ଭଉଣୀ ଅଂଶୁଲାଙ୍କ ଜନ୍ମଦିନ ଅବସରରେ ଜାହ୍ନବୀ ନିଜ ଇନ୍‌ଷ୍ଟା ଆକାଉଣ୍ଟକୁ ଯାଇ ଭଉଣୀକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ନିଜ ସହ ଅଂଶୁଲାଙ୍କ ଏକ ଫଟୋ ସେୟାର କରିବା ସହ ଏକ ଭାବବିହ୍ଵଳ କରିବା ଭଳି ପୋଷ୍ଟ ଲେଖିଥିଲେ ଜହ୍ନବୀ । ଜାହ୍ନବୀଙ୍କର ନିଜ ଭଉଣୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାର ଅନ୍ଦାଜ ତାଙ୍କ ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା ।

ସେ ଲେଖିଥିଲେ, ତୁମ ପାଇଁ ଆମେ ସମସ୍ତେ ସୁରକ୍ଷିତ ଅନୁଭବ କରିବା ସହ ମା’ଙ୍କ ପରେ ତାଙ୍କଠାରୁ ଆମକୁ ଭଲ ପାଇବା ମିଳିଛି । ମୁଁ ତୁମକୁ ଏତେ ଭଲପାଏ । ଯାହା ବିଷୟରେ ତୁମେ କେବେ କଳ୍ପନା ବି କରି ନଥିବ । ଘରେ ତୁମେ ସମସ୍ତଙ୍କର ପସନ୍ଦ । ତୁମେ ସମସ୍ତଙ୍କୁ ଭଲ ପାଇବା ଦେବା ସହ ପରିବାରକୁ ଏକାଠି କରି ରଖିଛ ।

ପୋଷ୍ଟ କରିଥିବା ଫଟୋରେ ଅଂଶୁଲା ଜାହ୍ନବୀଙ୍କ କେଶ ସଜାଉଥିବା ଦେଖା ଯାଇଛି । ଏହା ସହ ବିଭିନ୍ନ ପାର୍ଟିର ଫଟୋ ମଧ୍ୟ ଜାହ୍ନବୀ ସେୟାର କରିଥିଲେ, ଯେଉଁଥିରେ ଅଂଶୁଲା ଏବଂ ଜାହ୍ନବୀଙ୍କ ମଧ୍ୟରେ ଥିବା ଭଲ ପାଇବା ଜଣା ପଡ଼ି ଯାଇଥିଲା ।

ସମ୍ବନ୍ଧିତ ଖବର